Odisha News

୨୪ ବର୍ଷୀୟ ମହିଳା ହେଲେ ୨୧ ଜଣ ଶିଶୁଙ୍କର ମା’,ସନ୍ତାନର ଯତ୍ନ ନେବା ପାଇଁ ୧୬ ଜଣ ଆୟାଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ, ୨୬/୧୦: ଦୁଇଟି ପିଲା ହେବା ସବୁଠାରୁ ଭଲ, କିନ୍ତୁ ଜର୍ଜିଆର ବାସିନ୍ଦା କ୍ରିଷ୍ଟିନା ଓଜଟର୍କ ଏହାକୁ ବିଶ୍ୱାସ କରନ୍ତି ନାହିଁ। ତେଣୁ ୨୪ ବର୍ଷ ବୟସରେ ସେ ୨୧ ଟି ସନ୍ତାନର ମା’ ହୋଇପାରିଛନ୍ତି।
କେବଳ ଏତିକି ନୁହେଁ, ସେ ତାଙ୍କର ୨୧ ସନ୍ତାନର ଯତ୍ନ ନେବା ପାଇଁ ୧୬ ଜଣ ଆୟାଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିପାଇଁ ମହିଳାଙ୍କ ସ୍ୱାମୀଙ୍କୁ ପ୍ରତିମାସରେ ବିପୁଳ ପରିମାଣର ଖର୍ଚ୍ଚ କରିବାକୁ ପଡୁଛି।
ଖବର ଅନୁଯାୟୀ, କ୍ରିଷ୍ଟିନା ଓଜଟର୍କ ଜର୍ଜିଆର କୋଟିପତି ବ୍ୟକ୍ତି ଗାଲିପଙ୍କ ପତ୍ନୀ। ଗତ ବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ସରୋଗେଟ୍ ମାଧ୍ୟମରେ ବାପା-ମା ହେବା ପାଇଁ ଓଜଟର୍କ ଦମ୍ପତି ୧୪୨,୦୦୦ ପାଉଣ୍ଡ ଅର୍ଥାତ୍ ୧,୬,୭୮,୧୫୬ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଉଭୟ କୁହନ୍ତି ଯେ ଟଙ୍କା ସେମାନଙ୍କୁ ସେହି ସୁଖ ଦେଇଛି, ଯାହା ସବୁବେଳେ ସେମାନଙ୍କ ସହିତ ରହିବ।
କ୍ରିଷ୍ଟିନା ତାଙ୍କ ଘରେ ରଖିଥିବା ୧୬ ଜଣ ଆୟାଙ୍କ ପାଇଁ ପ୍ରତିବର୍ଷ ୯୬,୦୦୦ ଡଲାର ଅର୍ଥାତ୍ ୭୨,୦୮,୨୬୫ ଟଙ୍କା ଖର୍ଚ୍ଚ କରନ୍ତି। ଏହି ସମସ୍ତ ଆୟାମାନେ ପିଲାମାନଙ୍କର ଯତ୍ନ ନେବା ପାଇଁ ଦିନକୁ ୨୪ ଘଣ୍ଟା କାମ କରନ୍ତି।
କ୍ରିଷ୍ଟିନାଙ୍କ ସ୍ୱାମୀଙ୍କ ପ୍ରଥମ ପତ୍ନୀଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏହିପରି, ଏହି ପରିବାରର ମୋଟ୍ ୨୩ ଟି ପିଲା ଗୋଟିଏ ଛାତ ତଳେ ରୁହନ୍ତି।
-ପ୍ରମେୟ

Related Posts

Seo wordpress plugin by www.seowizard.org.