Odisha News

୨୨ରେ ବିଧାନସଭା ସମ୍ମୁଖରେ ବସ୍ ମାଲିକଙ୍କ ଧାରଣା, ଡିସେମ୍ୱର ୧ରୁ ବସ୍ ଧର୍ମଘଟ !

ଭୁବନେଶ୍ବର,୮/୧୧: ଚଳିତ ମାସ ୧ ତାରିଖ ଠାରୁ କଳାହାଣ୍ଡି ଓ ଏହାର ଆଖପାଖ ୧୦ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ନିଷ୍ପତ୍ତିରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓହରି ଯାଇଥିବା ବେଳେ ଆନ୍ଦୋଳନ ପାଇଁ ପୁଣି ଥରେ ସଜବାଜ ହୋଇଛି।
ସରକାର ଦାବି ମାନି ନଥିବାରୁ ଆସନ୍ତା ୨୨ ତାରିଖ ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଅବସରରେ ଘରୋଇ ବସ୍ ମାଲିକ ସଂଘ ଧାରଣା ଦେବାକୁ ପ୍ରସ୍ତୁତ ହୋଇସାରିଛି। ନଭେମ୍ବର ୨୨ରେ ସଂଘର ୧୦୦୦ରୁ ଊର୍ଦ୍ଧ୍ବ ବସ୍ ମାଲିକ ବିଧାନସଭା ସାମ୍ନାରେ ଧାରଣା ଦେବେ ବୋଲି ସୂଚନା ମିଳିଛି।
ସରକାର ଯଦି ଦାବି ପୂରା ନକରନ୍ତି, ତାହେଲେ ସଂଘ ଡିସେମ୍ବର ୧ ତାରିଖ ଠାରୁ ଧର୍ମଘଟ କରିବ। ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆାରମ୍ଭ କରିବା ପୂର୍ବରୁ ଘରୋଇ ବସ୍ ମାଲିକଙ୍କ ଦ୍ବାରା ପରିଚାଳିତ ଯାତ୍ରୀବାହୀ ସେବାକୁ ନେଇ ବିବାଦ ଦେଖାଯାଇଛି।ବ୍ଲକ୍ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମାକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଗତମାସ ୨୦ ତାରିଖରେ ବସ୍ ଚଳାଚଳ ବନ୍ଦ ରଖିଥିଲା।
ଫଳରେ ରାଜ୍ୟବ୍ୟାପି ଲୋକେ ଯିବାଆସିବାରେ ବହୁ ଅସୁବିଧାର ସାମ୍ନା କରିଥିଲେ। କିନ୍ତୁ ବ୍ଲକ୍ରୁ ଜିଲ୍ଲା ସଦର ମହକୁମାକୁ ବସ୍ ଚଳାଚଳ କରାଯିବ ନାହିଁ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳରୁ ଓହରି ଯାଇଥିଲା।

Related Posts

Seo wordpress plugin by www.seowizard.org.