Odisha News

୨୦୦୧ ବ୍ୟାଚର ଆଇଏଏସ୍ ଆର୍.ସନ୍ଥଗୋପାଳନ ହେଲେ ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗର ସଚିବ

ଭୁବନେଶ୍ୱର,୧୮/୧୧: କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୧ ବ୍ୟାଚର ଆଇଏଏସ୍ ଆର୍.ସନ୍ଥଗୋପାଳନଙ୍କୁ ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ସଚିବ ୧୯୯୫ ବ୍ୟାଚର ଆଇଏଏସ୍ ଚିତ୍ରା ଅରୁମୁଗମ୍ଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଶ୍ରୀମତି ଅରୁମୁଗମ୍ ୨୦୨୦ ଅଗଷ୍ଟ ମାସରୁ ଏହି ବିଭାଗରେ ଦାୟିତ୍ୱରେ ରହିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀମତି ଅରୁମୁଗମଙ୍କ ଅନୁରୋଧରେ ସରକାର ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.