Odisha News

୨ରୁ ୧୮ ବର୍ଷର ପିଲାଙ୍କୁ ବି ଦିଆଯିବ କରୋନାର ବୁଷ୍ଟର ଡୋଜ୍: ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ, ୪/୫ : ୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମତି ଲୋଡ଼ିଛି ଭାରତ ବାୟୋଟେକ୍ ।
ଗତ ମାସରେ ୬ରୁ ୧୨ ମାସ ପିଲାଙ୍କ ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ଅନୁମତି ଦେଇଥିଲେ । ତା’ ପୂର୍ବରୁ ୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି)କୁ ସୁପାରିଶ କରିଥିଲା ।
ସେହିପରି ଗତ ବର୍ଷ ଡିସେମ୍ବର ମାସରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ଅନୁମତି ମିଳିଥିଲା ।
ଦେଶର କେତେକ ସ୍ଥାନରେ ପୁଣି କରୋନା ସଂକ୍ରମଣ ବଢିଚାଲିଥିବାରୁ ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦିଆଯାଉଛି । ସରକାର ଗତ ଜାନୁଆରି ମାସରେ ବୁଷ୍ଟର ଡୋଜ୍ ପ୍ରଦାନ କରିବା ଆରମ୍ଭ କରିଥିଲେ । ପ୍ରଥମ ପର‌୍ୟ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଉର୍ଦ୍ବ ବ୍ୟକ୍ତିମାନଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିଲା ।

Related Posts

Seo wordpress plugin by www.seowizard.org.