Odisha News

୧୦ ଦିନ ପରେ ରାଜ୍ୟର ପ୍ରଥମ ଓମିକ୍ରନ୍ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ

କଟକ ୨୭/୧୨: ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର । ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୦ ଦିନ ପରେ ରାଜ୍ୟର ପ୍ରଥମ ଓମିକ୍ରନ୍ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
୨୪ ଘଣ୍ଟା ମଧ୍ୟରେ ତାଙ୍କ ରିପୋର୍ଟ ଦୁଇ ଥର ନେଗେଟିଭ୍ ଆସିଛି । ହସ୍ପିଟାଲରୁ ଡିସଚାର୍ଜ ହେଲେ ବି ୭ ଦିନ ଧରି ସଂପୃକ୍ତ ବ୍ୟକ୍ତି ଆଇସୋଲେସନରେ ରହିବେ । ନାଇଜେରିଆରୁ ଫେରିବା ପରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ଆକ୍ରନ୍ତ ହୋଇଥିଲେ । ଏ ନେଇ ଅଶ୍ବିନୀ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ନାଇଜେରିଆରୁ ଫେରିଥିବା ଜଣେ ଯୁବକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ନାଇଜେରିଆରୁ ଫେରିବା ପରେ ଯୁବକ ଜଣଙ୍କ କଟକର ଏକ ହୋଟେଲରେ ରହୁଥିଲେ । ତାଙ୍କ ସ୍ବାବ ଟେଷ୍ଟ ହେବା ପରେ ସେ କରୋନା ପଜିଟିଭ ଥିବା ଜଣାପଡିଥିଲା । ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଂପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା ।

Related Posts

Seo wordpress plugin by www.seowizard.org.