Odisha News

୧୦ହଜାର ଟଙ୍କା ନେଇ ଫସିଗଲେ, ଭିଜିଲାନ୍ସ ପଞ୍ଝାରେ ଆରଆଇ ଓ ପିଅନ

କୋରାପୁଟ,୧୯/୧୨: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଲମତାପୁଟ ଆରଆଇ ଓ ପିଅନଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଲମତାପୁଟ ଆର ଆଇ ବିଜୟ କୁମାର ବାଘ।
ଅଭିଯୋଗ ହେବା ପରେ ଆଜି ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଭିଯୁକ୍ତ ବିଜୟ କୁମାର ବାଘଙ୍କୁ ଭିଜିଲାନ୍ସ ଧରିଛି। ଏହି ମାମଲାରେ ପିଅନ ରୋହିତ ପାଢ଼ୀଙ୍କୁ ବି ଅଟକ ରଖି ପଚାର ଉଚାର ଜାରି ରଖିଛି ଜୟପୁର ଭିଜିଲାନ୍ସ ଟିମ୍। ଏହାଛଡ଼ା ତିନିଟି ସ୍ଥାନରେ ଚଢ଼ଉ ଜାରି ରହିଛି।

Related Posts

Seo wordpress plugin by www.seowizard.org.