Odisha News

ହିଜାବ ମାମଲାରେ ହାଇକୋର୍ଟଙ୍କ ରାୟ: ବିଚାରଧୀନ ଥିଲା ବେଳେ କେହି କଲେଜ୍ ଛାତ୍ରଛାତ୍ରୀ ଧର୍ମୀୟ ପୋଷାକ ପିନ୍ଧି ପାରିବେନି

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ

ଭୁବନେଶ୍ୱର,୧୦/୨: କର୍ଣ୍ଣାଟକରେ ପୁନଃ ସ୍ଲୁଲ୍ ଖୋଲିବ କିନ୍ତୁ ଯେ ପର୍ଯ୍ୟନ୍ତ ହିଜାବ ମାମଲା ବିଚାରଧୀନ ରହିଛି ସେପର୍ଯ୍ୟନ୍ତ କେହି ଧର୍ମୀୟ ପୋଷାକ ପିନ୍ଧି ପାରିବେନି ବୋଲି ଗୁରୁବାର ଦିନ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ।
ରାଜ୍ୟ ସରକାରଙ୍କ ହିଜାବ ବନ୍ଦକୁ ଚ୍ୟାଲେଂଜ କରି ସୁପ୍ରୀମ କୋର୍ଟର ଦାଖଲ ହୋଇଥିବା ଏକ ମାମଲାର ଶୁଣାଣୀ ଏକ ତିନି ଜଣିଆ ଖଣ୍ଡପୀଠ କରିଥିଲେ । ପୁଣି ଥରେ ସୋମବାର ଦିନ ୨ଟା ୩୦ରେ ସୁପ୍ରିମ୍ କୋର୍ଟ ଏହି ମାମଲାରେ ଶୁଣାଣୀ କରିବେ ।
ମୁଖ୍ୟ ବିଚାରପତି ରିତୁ ରାୟ ଅବସ୍ଥି କହିଛନ୍ତି ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି । ସେପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଧର୍ମୀୟ ପୋଷାକ ପିନ୍ଧି ସ୍ଲୁଲ ଯାଇପାରିବେନି ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କହିଛନ୍ତି ଖଣ୍ଡପୀଠ କହିଛନ୍ତି ।
ଆଜିର ଶୁଣାଣୀ ବିଚାରପତି ରିତୁ ରାୟ ଅବସ୍ଥି , ବିଚାରପତି କ୍ରିଷ୍ପା ଏସ୍ ଦିକ୍ଷିତ୍ ଏବଂ ବିଚାରପତି ଜୟବୁନିସା ଏମ୍ ଖାଜି କରିଥିଲେ ।

Related Posts

Seo wordpress plugin by www.seowizard.org.