Odisha News

ହାତ ଖୋଲିଦେଲେ ସରକାର; ଏଣିକି ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୩ ପରିବର୍ତ୍ତେ ଋଣ ଦେବେ ୫ ଲକ୍ଷ

ଭୁବନେଶ୍ୱର,୨୯/୧୧: ରାଜ୍ୟରେ କାର୍ଯ୍ୟ କରୁଥିବା ମିଶନ୍ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିନା ସୁଧରେ ଋଣ ପରିମାଣକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ।
ମିଶନ୍ ଶକ୍ତି ଋଣ ୩ ଲକ୍ଷରୁ ୫ ଲକ୍ଷକୁ ସରକାର ବୃଦ୍ଧି କରିଛନ୍ତି । ଏନେଇ ବିଧାନସଭାରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ୍ ସୂଚନା ଦେଇଛନ୍ତି ।
ତେବେ ଋଣ ପରିମାଣ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଗତ ୫ ବର୍ଷରେ ମିଶନ୍ ଶକ୍ତି ଜରିଆରେ ମହିଳାଙ୍କୁ ୧୭ ହଜାର କୋଟିର ଋଣ ଦିଆଯାଇଛି । ଆଗାମୀ ୫ ବର୍ଷରେ ମିଶନ୍ ଶକ୍ତି ଗ୍ରୁପ୍କୁ ୫୦ ହଜାର କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

Related Posts

Seo wordpress plugin by www.seowizard.org.