Odisha News

ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି : ତୁରନ୍ତ ପ୍ରଦାନ ପାଇଁ ଦାବୀ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୬/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ର ହିତାଧିକାରୀଙ୍କୁ ଶବ ସତ୍କାର ପାଇଁ ସଙ୍ଗେ ସଙ୍ଗେ ମିଳୁନି ସରକାରୀ ସହାୟତା ଅର୍ଥ ।
ଉକ୍ତ ପଞ୍ଚାୟତର ଦ୍ରୁପଦ ପାଟଗୁରୁ, ଲକ୍ଷ୍ମୀଧର ନାୟକ, ଜାକବ ବାକସିଂ, ବନବାସ କୋଠଦଳେଇ, ପ୍ରକାଶ କୋଠଦଳେଇଙ୍କ ସମେତ ବହୁ ଜନସାଧାରଣ ଙ୍କ ମୃତ୍ୟୁକୁ ଅଦ୍ୟାବଧି ପ୍ରାୟ ଏକବର୍ଷରୁ ଊର୍ଧ୍ଵ ଦିନ ବିତିଯାଇଥିଲେ ହେଁ ରାଜ୍ୟ ସରକାରଙ୍କ ତରଫରୁ ଶବ ସତ୍କାର ପାଇଁ ମିଳିବାକୁ ଥିବା ପ୍ରୋତ୍ସାହନ ଅର୍ଥ ତିନିହଜାର ଟଙ୍କା ଅଦ୍ୟାବଧି ପାଇ ନ ଥିବା ବିଷୟ ମସଲା ବିନ୍ଧାଣି, ମାଳତୀ ନାୟକ, ସୁମିତ୍ରା କୋଠଦଳେଇ, କୁମୁଦିନୀ କୋଠଦଳେଇ ଓ ଖ୍ରୀଷ୍ଟିନା ବାଗସିଂଙ୍କ ସମେତ ବହୁ ଜନସାଧାରଣ ଏପରି ଅଭିଯୋଗ ଆଣିଛନ୍ତି ।
ସେମାନଙ୍କ ଅଭିଯୋଗ ଅନୁଯାଇ ଶ୍ରୀରାମପୁର ସରପଞ୍ଚ ମିନତୀ ବେହେରାମାଝୀ ଓ ପିଇଓ କୃଷ୍ଣ ମଲିକ ଙ୍କୁ ବାରମ୍ବାର ଭେଟି ନିଜର ପାଇବାକୁ ଥିବା ସରକାରୀ ସହାୟତା ଅର୍ଥ ମାଗିଥିଲେ ଥିଲେ ହେଁ, ତାଙ୍କୁ ମିଳିବାକୁ ଥିବା ଅର୍ଥ ଶ୍ରୀରାମପୁର ପଞ୍ଚାୟତ ର ହରିଶ୍ଚନ୍ଦ୍ର ଯୋଜନା ଅର୍ଥ କୁଆଡେ ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତ କୁ ଚାଲିଯାଇଛି ।
ସେଠାରୁ ଆସିଲେ ମିଳିବ । ହେଲେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଜନସାଧାରଣ ଙ୍କ ମୃତ୍ୟୁ ଘଟିବାର ତୁରନ୍ତ ପରେ ମୃତ ପରିବାରର କୁ ମିଳିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଶ୍ରୀରାମପୁର ପଂଚାୟତରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।
ଏନେଇ ପିଇଓ କୃଷ୍ଣ ମଲିକ ଙ୍କୁ ପଚାରିବାରୁ ସେ ମଧ୍ୟ କହିଛନ୍ତି ଯେ, ଶ୍ରୀରାମପୁର ପଞ୍ଚାୟତ ର ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦୁର୍ଗାପାଙ୍ଗା ପଞ୍ଚାୟତ କୁ ଚାଲିଯାଇଛି, ଆସିଲେ ନିଶ୍ଚୟ ପ୍ରଦାନ କରାଯିବ । ତେବେ ଶ୍ରୀରାମପୁର ପଞ୍ଚାୟତ କେତେଲୋକ ଏପରି ଠକାମୀ ର ଶିକାର ହୋଇଛନ୍ତି ତାହା ତଦନ୍ତ ସାପେକ୍ଷ ଏବଂ ଦୋଷୀ ଙ୍କୁ ଦଣ୍ଡଦେଇ ହିତାଧିକାରୀ ଙ୍କୁ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ଦାବୀ ହେଉଛି ।
ଦାରିଙ୍ଗବାଡ଼ିରେ ପର୍ଯ୍ୟଟନର ବିକାଶ ପାଇଁ ୧୭ କୋଟି ୧୦ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ବାଲିଗୁଡା,୬/୧୧: କନ୍ଧମାଳ ଜିଲାର ସମସ୍ତ ୧୨ଟି ବ୍ଲକରେ ସୋମବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ମିନି ଷ୍ଟାଡିୟମ ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମକୁ ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ସିଧା ଭିଡିଓ ମାଧ୍ୟମରେ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଦାରିଙ୍ଗବାଡ଼ି ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଋଷିମାଳ ପାହାଡ଼ର ବିକାଶ ସହ ଡୁଲୁରୀ ପାଇନବଣ, ଲଭର୍ସ ପଏଣ୍ଟ ଆଦିର ଉନ୍ନତି ପାଇଁ ୧୭ କୋଟି ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଉଥିବା ଘୋଷଣା କରିଥିଲେ।
ସେ କହିଥିଲେ ମୁଖ୍ୟମନ୍ତ୍ରୀ ଦାରିଙ୍ଗବାଡ଼ିର ବିକାଶ ପାଇଁ ଆହୁରି ଅନେକ ଯୋଜନା କରିଛନ୍ତି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକେ ପାଣ୍ଡିଆନ ପୂର୍ବରୁ ଯେଉଁ ୭ ଦିନ ମଧ୍ୟରେ ଖୁସି ଖବର ଶୁଣିବେ ବୋଲି କହିଥିଲେ।
ସେହି ଲୋକଙ୍କ ସ୍ବପ୍ନକୁ ସରକାର ପୂରଣ କରିଥିବା ନେଇ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ପ୍ଲିହେରି ସରପଞ୍ଚ ପାଉଲ ପ୍ରଧାନ, ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ସିଡିପିଓ ଅଞ୍ଜଳି ମହାପାତ୍ର,ଏମ୍ପି ପ୍ରତିନିଧି ଅକ୍ଷୟ ନାୟକ, ବିଧାୟକ ପ୍ରତିନିଧି ଦୀପକ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏଥିସହ ୨୫ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related Posts

Seo wordpress plugin by www.seowizard.org.