Odisha News

ହକି ମହାକୁମ୍ଭ : ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିସିପି ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ

ଭୁବନେଶ୍ୱର,୨୮/୧୨: ବିଶ୍ୱକପ ହକି ବେଳେ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। କେବଳ ବିମାନବନ୍ଦରରେ ମୁତୟନ ହେବେ ଦୁଇ ପ୍ଲାଟୁନ୍ ଫୋର୍ସ। ଏଥିସହ ଖେଳାଳିମାନେ ରହୁଥିବା ହୋଟେଲରେ ମଧ୍ୟ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିଶ୍ୱକପ୍ ହକି ପୂର୍ବରୁ ବିମାନବନ୍ଦରରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷା କରିବା ପରେ ଏପରି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
ସେ କହିଛନ୍ତି, ଆସନ୍ତା ୪ ତାରିଖରୁ ଖେଳାଳି, କୋଚ୍ ଓ ଟେକନିକାଲ ଷ୍ଟାଫ୍ ଭୁବନେଶ୍ୱରରେ ପହଞ୍ଚିବେ। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନେ କିପରି ସହଜରେ ହୋଟେଲ ଓ ଷ୍ଟାଡିୟମରେ ପହଞ୍ଚି ପାରିବେ ଓ ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଖେଳାଳିମାନେ କେଉଁ ଗେଟ୍ରେ ବିମାନବନ୍ଦରରୁ ବାହାରିବେ, ସେମାନଙ୍କ ବସ୍ ମାନବନ୍ଦରରେ କେଉଁଠି ଲାଗିବ ଓ ଖେଳାଳିମାନେ ନିରାପଦ ଭାବରେ କିପରି ଯିବା ଆସିବେ କରିବେ ସେନେଇ ଆଲୋଚନା ହୋଇଥିଲା।
ଡିସିପି ଆହୁରି କହିଛନ୍ତି, ବିମାନବନ୍ଦରରେ ୩ ତାରିଖରୁ ପୁଲିସ ଫୋର୍ସ ମୁତୟନ ରହିବେ। ବିମାନବନ୍ଦରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଜଣେ ଡିସିପି ଏପରପୋର୍ଟ ଚାର‌୍ୟ୍ୟରେ ରହିବେ। ଡିସିପି ଅଣ୍ଡରରେ ୪ଜଣ ଏସିପି ଓ ୪ ଜଣ ଇନ୍ସପେକ୍ଟର, ୧୬ ଜଣ ସବ୍ ଇନ୍ସପେକ୍ଟର ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ରହିବେ।
ବିଶ୍ୱକପ୍ ହକି ପୂର୍ବରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ସମୀକ୍ଷା କରିଥିଲେ ଡିସିପି। ବୈଠକରେ କମିଶନରେଟ୍ ପୁଲିସ, ସିଆଇଏସଏଫ୍ ଓ ଏୟାରପୋର୍ଟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.