Odisha News

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ଟି ଦୀପଦାନ ଓ ଜାତୀୟ ସଙ୍ଗୀତ ଗାନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୩/୮ : ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ୭୫ଟି ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ଉତ୍ସବ ପାଳନ କମିଟିର ଯୁଗ୍ମ ସମ୍ପାଦକ ତଥା ଶିକ୍ଷକ ତୀର୍ଥବାସୀ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦେଶ କିଭଳି ସ୍ବାଧୀନତା ଲାଭ କରିଥିଲା ଏବଂ ଦେଶ ସ୍ବାଧିନରେ ମହାପୁରୁଷମାନଙ୍କ ଭୁମିକା ଓ ବଳୀୟାନ ବିଷୟରେ ଆଲୋକପାତ କରିଥିଲେ।
ଏଥିସହିତ ଆଜିଠାରୁ ଅର୍ଥାତ୍ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେଘରେ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମା’ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାସହ ନିଜକୁ ଗୌରାବନ୍ବିତ ମନେକରିବାକୁ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ୍ ନାୟକ, ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ଦାଶ ଓ ତପନ ଦିଗାଳଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ବାଲିଗୁଡ଼ାରେ ୧୨୭ ସିଆରପିଏଫ୍ ବାଟାଲିୟନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା, ୧୩/୮: ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମାଣ୍ଡାଣ୍ଟ୍ ଶ୍ରୀ ଆନନ୍ଦ ଝା ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟ କ୍ରମରେ ବାଟାଲିୟନର ଅନ୍ୟ ପଦାଧିକାରୀ ଓ ଜବାନଙ୍କ ସହ ବାଲିଗୁଡ଼ା ବଣିକ ସଂଘ,ଅଟୋ ଚାଳକ ସଙ୍ଘର ସଦସ୍ୟଙ୍କ ସମେତ ସହରର ବହୁ ଜନସାଧାରଣ ସାମିଲ୍ ହୋଇଥିଲେ ।
ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ସମସ୍ତେ ଏକାଠି ହୋଇ ହାତରେ ତ୍ରିରଙ୍ଗା ଧରି “ବନ୍ଦେ ମାତରଂ” “ଭାରତ ମାତା କି ଜୟ” ସ୍ଲୋଗାନ୍ ମାନ ଦେଇ ସହରର ମୁଖ୍ୟ ବଜାର ଦେଇ ଏକ ବିଶାଳ ପଦଯାତ୍ରା ଓ ବାଇକ ଶୋଭାଯାତ୍ରାରେ ବାହାରି ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ପହଁଚି ଥିଲେ ।
ଏହାପରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର‌୍ୟ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେବାସହ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଜଣେ ଭାରତୀୟ ନାଗରିକ ଭାବେ ନିଜକୁ ଗର୍ବ ଓ ଗୌରବ କରିବାକୁ କରିବାକୁ ଆହ୍ବାନ୍ ଦେଇଥିଲେ କମାଣ୍ଡାଣ୍ଟ୍ ଶ୍ରୀ ଝା । ଜନସାଧାରଣଙ୍କୁ ସାଥିରେ ନେଇ ସିଆରପିଏଫ୍ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

Related Posts

Seo wordpress plugin by www.seowizard.org.