Odisha News

ସ୍କୁଲ ନ ଯିବାକୁ ଜିଦ୍ କଲା ନାବାଳକ; କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ, ଏସ୍ସିବିରେ ଭର୍ତ୍ତି

ଯାଜପୁର, ୧୧/୧୦: ମାଆ ମୁଁ ସ୍କୁଲ ଯିବିନିଟ୍ଟ ଲକ୍ଷ୍ମୀ ପୂଜା ଦେଖି ସ୍କୁଲ ଯିବିଟ୍ଟ। ପୁଅର ଏ କଥା ଶୁଣି ଆକଟ କରିଥିଲେ ବାପା ଓ ମାଆ। ଆଉ କହିଥିଲେ, ତୁ ସ୍କୁଲ ଯିବୁ। ବାପା ମାଆଙ୍କ ଏ କଥା ଶୁଣି ରାଗିଯାଇ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଛନ୍ତି ଜଣେ ସପ୍ତମ ଶ୍ରେଣୀରେ ଛାତ୍ର। ଆଜି ଏପରି ହୃଦୟ ବିଦାରକ ଘଟଣା ଯାଜପୁର ଜିଲୋଲା ଟମକା ଥାନା ଅଞ୍ଚଳରେ ଘଟିଛି।
ଟମକା ଥାନା ସମର ପିଟା ଗାଁର ପ୍ରଦୀପ ମହାରଣାଙ୍କ ୧୨ ବର୍ଷର ନାବାଳକ ପୁଅ ଗୋବିନ୍ଦ, ଡାହାଣୀ ଗାଡ଼ିଆ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ସେଠାରେ ଥିବା ହଷ୍ଟେଲ୍ରେ ରହୁଥିଲେ। ତେବେ ଦଶହରା ଛୁଟିରେ ସେ ଘରକୁ ଆସିଥିଲେ।
ଆଜି ସ୍କୁଲ ଖୋଲିଥିଲା। ସେଥିପାଇଁ ସ୍କୁଲ ଯିବାକୁ ଗୋବିନ୍ଦଙ୍କୁ ତାଙ୍କ ବାପା-ମାଆ କହିଥିଲେ। ହେଲେ ଆଜି ସ୍କୁଲ ଯିବନାହିଁ ବୋଲି ଗୋବନ୍ଦ କହିଥିଲେ। ଗଜଲକ୍ଷ୍ମୀ ପୂଜା ଦେଖିଲା ପରେ ସ୍କୁଲ ଯିବି ବୋଲି କହିଥିଲେ। ସନ୍ଧ୍ୟା ବେଳେ ଠାକୁର ଦେଖି ହଷ୍ଟେଲ୍ରେ ଛାଡ଼ିବାକୁ ଗୋବିନ୍ଦଙ୍କୁ କହିଥିଲେ ତାଙ୍କ ବାପା। ଏଥିରେ ଗୋବିନ୍ଦ ରାଜି ହୋଇଥିଲେ।
ମାଆ ଗୀତାଞ୍ଜଳି ପୁଅର ବହି ବସ୍ତାନି ସଜାଡ଼ି ପୋଖରୀକୁ ଲୁଗା ଧୋଇବା ପାଇଁ ଯାଇଥିଲେ। ଆଉ ତା’ ବାପା କାମ କରିବା ପାଇଁ ଯାଇଥିଲେ। ଘରେ ଏକାକୀ ଥିଲେ ଗୋବିନ୍ଦ। ହଠାତ ଘରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ପୋଖରୀ ଆଡିରୁ ଧାଇଁ ଯାଇଥିଲେ ତାଙ୍କ ମାଆ। ଦେଖିଲା ବେଳକୁ ହୁ ହୁ ହୋଇ ଜଳୁଛି ଗୋବନ୍ଦ। ଆଉ ଚିତ୍କାର କରୁଛି।
ଆଖି ଆଗରେ ପୁଅ ଜଳୁଥିବା ଦେଖି ବିଚଳିତ ହୋଇପଡ଼ିଥିଲେ ମାଆ ଗୀତାଞ୍ଜଳି। ସାହି ପଡ଼ିଶାଙ୍କ ସହାୟତାରେ ନିଆଁ ଲିଭାଇଥିଲେ। ପରେ ଆମ୍ୱୁଲାନ୍ସରେ ତାକୁ ଗୁରୁତର ଅବସ୍ଥାରେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତା’ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏସ୍ସିବି ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.