Odisha News

ସ୍କୁଲ ଖୋଲିବା ପୂର୍ବରୁ ହଷ୍ଟେଲ ଖୋଲିବାକୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର, ୪/୨ : ଆସନ୍ତା ୭ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ୬ ତାରିଖରୁ ହଷ୍ଟେଲ ଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ସରକାର ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ୭ ତାରିଖରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜ ମଧ୍ୟ ରହିଛି।
ସେହିପରି ଫେବ୍ରୁଆରୀ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ତେବେ ଏହି ପାଠପଢ଼ା ଅନଲାଇନ/ଅଫଲାଇନ୍ ମାଧ୍ୟମରେ ହୋଇପାରିବ। ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିବା ବିଭାଗଗୁଡ଼ିକ ସ୍ୱତନ୍ତ୍ର ଭାବେ ନିଜ ନିଜର ଗାଇଡଲାଇନ୍ ଜାରି କରିବେ।

Related Posts

Seo wordpress plugin by www.seowizard.org.