Odisha News

ସ୍କୁଲ୍ ଭ୍ୟାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ବିନିକା, ୯/୫: ସୁବର୍ଣ୍ଣପୁର ଜିଲ୍ଲାର ବିନିକା କଲେଜ ଛକରେ ସ୍କୁଲ ଗାଡ଼ିରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରି ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର କରିଥିଲେ।
ଆଜି ସକାଳେ ଉଲୁଣ୍ଡା ପଟରୁ ମହାନଦୀ ପୋଲ ପାର ହୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବିନିକାର ଏକ ଘରୋଇ ସ୍କୁଲକୁ ଯାଉଥିବା ମାରୁତି ଭ୍ୟାନ୍ (ଓଆର ୧୫ ଏଲ ୮୮୬୮)ରେ ନିଆଁ ଲାଗିଥିଲା। ତେବେ ଏଥିରୁ ଅଳ୍ପକେ ୧୨ ଛାତ୍ରଛାତ୍ରୀ ବର୍ତ୍ତିଯାଇଥିଲେ।
ବିନିକା କଲେଜ ଛକରେ ହଠାତ ଗାଡ଼ିରୁ ଧୂଆଁ ବାହାରି ନିଆଁ ଲାଗିଯିବାରୁ ଡ୍ରାଇଭର ଗାଡ଼ି ଅଟକାଇଥିଲା। ସ୍ଥାନୀୟ ଲୋକେ ଗାଡ଼ିରେ ଲାଗିଥିବା ନିଆଁକୁ ଆୟତ୍ତ କରିଵାସହ ୧୨ ଜଣ କୁନିକୁନି ଛାତ୍ରଛାତ୍ରୀଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ସ୍କୁଲକୁ ପଠାଇଥିଲେ। ଗାଡ଼ି ଡ୍ରାଇଭର ଛାଡ଼ି ଫେରାର ମାରିଥିବା ଜଣାପଡ଼ିଛି।
ଏନେଇ ସୋନପୁର ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତୁରନ୍ତ କର୍ମଚାରୀ ପଠାଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।

Related Posts

Seo wordpress plugin by www.seowizard.org.