Odisha News

ସ୍କୁଲରେ ଅଘଟଣ, ଛାତର ସ୍ଲାବ୍ ଖସି ଦୁଇ ଶିଶୁ ଗୁରୁତର

ପାଟଣା ,୧୯/୨: ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ପାଇଖାନାକୁ ଭାଙ୍ଗୁଥିବା ସମୟରେ ଛାତ ଖସି ପଡିବାରୁ ପଞ୍ଚମ ଶ୍ରେଣୀର ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରକାରୀ ଉର୍ଦ୍ଦୁ ମକ୍ତବ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏହି ଅଘଟଣ ଘଟିଛି। ଦୁହିଁଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି।
ସୂଚନା ଅନୁସାରେ ଗୁରୁତର ୨ ଛାତ୍ର ପଞ୍ଚମ ଶ୍ରେଣୀର ଛାତ୍ର ହେଉଛନ୍ତି ଟାଇଂଶିରା ଗ୍ରାମର ସନ୍ତୋଷ କାରୁଆ ଓରାଜା ନାଏକ। ଉଭୟ ଛାତ୍ରଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଏହି ଦୁର୍ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକ ମାନେ ମକ୍ତବ ସ୍କୁଲ ନିକଟରେ ପାଟଣା କେନ୍ଦେଇ ପଶି ରାସ୍ତା ଅବରୋଧ କରିଛନ୍ତି।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତର ୨ ଛାତ୍ରଙ୍କୁ ଶାବଳରେ ପରିତ୍ୟକ୍ତ ପାଇଖେନା କାର‌୍ୟ୍ୟ କରାଉ ଥିବା ବେଳେ ଅଘଟଣ ଘଟିବା ଛାତ୍ର କହିଛନ୍ତି। ଏହାକୁ ପ୍ରଧାନ ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ପ୍ରଭା ମହାନ୍ତ ଖଣ୍ଡନ କରିଛନ୍ତି। ଛାତ୍ର ଦ୍ୱୟ ପାଇଖେନାକୁ ଯାଇଥିବା ବେଳେ ଛାତ ଖସିପଡ଼ିଥିବା କହିଛନ୍ତି। ତେବେ ବିଈଓ ପୂର୍ଣ୍ଣଚନ୍ଦ୍ର ମାନ୍ତ, ଏବିଓ ଶଚିଦା ନନ୍ଦ ସେଠୀ , ବିଜୟ ଓଝା , ଜିପିଓ ରଶ୍ମିରେଖା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ପକ୍ଷରୁ ପିଇଓ ସୁଧାଂଶୁ ପାଇକରାୟ ଗୁରୁତର ପିଲାଙ୍କୁ ହସ୍ପିଟାଲ୍ ନେଇ ଯାଇଛନ୍ତି।

Related Posts

Seo wordpress plugin by www.seowizard.org.