Odisha News

ସେପ୍ଟେମ୍ୱର ଯାଏଁ ରହିବ ରାଜ୍ୟରେ ଡେଙ୍ଗୁର ‘ପିକ୍ ପିରିୟଡ’, ସତର୍କ କରାଇଲେ ବିଶେଷଜ୍ଞ

ଭୁବନେଶ୍ଵର,୨୫/୮: ଓଡ଼ିଶାରେ ଏବେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ D-2 ଭାରିଆଣ୍ଟ। ୨୮ ପ୍ରତିଶତ D-1ଭାରିଆଣ୍ଟର। ନିକଟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ନମୂନାର ସିରୋଟାଇପ୍ ପରୀକ୍ଷାରୁ ଏହା ଜାଣିବାକୁ ପାଇଛି ଜଗଜଉ ଭୁବନେଶ୍ଵର। ଏନେଇ ସୂଚନା ଦେଇଛନ୍ତି RMRCନିର୍ଦ୍ଦେଶିକା ଡାକ୍ଟର ସଂଘମିତ୍ରା ପତି।
ଡାକ୍ତର ପତି କହିଛନ୍ତି କହିଛନ୍ତି RMRC ହସ୍ପିଟାଲରେ ଏବେ ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସିରୋଟାଇପିଙ୍ଗ୍ କରାଯାଉଛି। ଯେଉଁଥିରୁ କେଉଁ ଭାରିଆଣ୍ଟ ଡେଙ୍ଗୁ ରୋଗୀ ଅଧିକ ଗୁରୁତର ହେଉଛନ୍ତି, ତାହା ଜଣାପଡ଼ିବ ବୋଲି ଜଗଜଉ ନିର୍ଦ୍ଦେଶିକା କହିଛନ୍ତି।
ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁ ଭୂତାଣୁ ୪ଟି ଭାରିଆଣ୍ଟ ରହିଛି। ତେବେ ଆମ ରାଜ୍ୟରେ D-1 ଓ D-2 ଅଧିକ ପରିମାଣରେ ଦେଖାଯାଏ। ଏବେ ରିପୋର୍ଟ କହୁଛି, ରାଜ୍ୟରେ D-2ଭାରିଆଣ୍ଟ ଅଧିକ ରହିଛି। କିନ୍ତୁ ଏହି ସବ ଭାରିଆଣ୍ଟରେ ରୋଗୀ ଗୁରୁତର ହେବାର କୌଣସି ସମ୍ପର୍କ ଥିବା ପ୍ରମାଣିତ ହୋଇନି। କିନ୍ତୁ ଡେଙ୍ଗୁ ରୋଗୀ ଗୋଟିଏ ଭାରିଆଣ୍ଟରେ ଆକ୍ରାନ୍ତ ହେଲେ, ରୋଗୀ ଶରୀରରେ ତାହାର ଇମ୍ୟୁନିଟି ଡେଭଲପ କରିଯାଏ, ଫଳରେ ଆଉ ଥରେ ସେଇ ଭାରିଆଣ୍ଟ ଡେଙ୍ଗୁ ଆଉ ହେବନି। ତେବେ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଗୋଟିଏ ଡେଙ୍ଗୁ ଭାରିଆଣ୍ଟରେ ଆକ୍ରାନ୍ତ ଡେଙ୍ଗୁ ରୋଗୀ ପରବର୍ତ୍ତୀ ସମୟରେ ଅନ୍ୟ ଭାରିଆଣ୍ଟ ଦ୍ଵାରା ଆକ୍ରାନ୍ତ ହେଲେ ଗୁରୁତର ହେବା ଆଶଙ୍କା ବଢିଯାଏ। ସେ ଆହୁରି କହିଛନ୍ତି, ସାଧାରଣତଃ ଭାବେ ସେପ୍ଟେମ୍ବର ଯାଏଁ ଡେଙ୍ଗୁ ରୋଗ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତବର୍ଷ ଯେହେତୁ ବର୍ଷା ଚାଲିଛି, ତେଣୁ କେତେଦିନ ପର‌୍ୟ୍ୟନ୍ତ ଡେଙ୍ଗୁ ରହିବ ତାହା ଆକଳନ କରିବା କଷ୍ଟକର। ସେପଟେ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବଢ଼ାଯାଇଛି। ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ବେଡ଼ ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ରୋଗ ସାମାନ୍ୟ ରହିଛି, ସେମାନେ ସେଠାରେ ଚିକିତ୍ସିତ ହୋଇପାରିବେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Related Posts

Seo wordpress plugin by www.seowizard.org.