Odisha News

ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାରଙ୍କ ଛୁଟି ଘୋଷଣା: ୨୫ରେ ବନ୍ଦ ରହିବ ସବୁ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର ୨୨/୧୦: ଅକ୍ଟୋବର ୨୫ରେ ସରକାରୀ ଛୁଟି । ସୂର୍ଯ୍ୟୋପରାଗ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସେଥିପାଇଁ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

Related Posts

Seo wordpress plugin by www.seowizard.org.