Odisha News

ସୁନା ଚୋରା ଚାଲାଣ: ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ଓ ସନ୍ଦୀପ ନାୟର ଙ୍କୁ ବେଙ୍ଗାଲୁରୁରୁ ଗିରଫ

ନୂଆଦିଲ୍ଲୀ ୧୧।୭: ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଓ ସନ୍ଦୀପ ନାୟରଙ୍କୁ ଶନିବାର ବେଙ୍ଗାଲୁରୁରୁ ଗରିଫ କରିଛି। ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ରାଷ୍ଟ୍ରଦୂତଙ୍କ ସାମଗ୍ରୀ ଜରିଆରେ ୩୦ କିଲୋଗ୍ରାମ ସୁନାର ଚୋରାଚାଲାଣ କରୁଥିବା ମାମଲାରେ ଏନଆଇଏ ସ୍ଵପ୍ନା ସମେତ ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ତିରୁଅନନ୍ତପୁରମରୁ ସ୍ଵପ୍ନା, ସାରିଥ ଓ ସନ୍ଦୀପ ନାୟର ଓ ଏର୍ଣ୍ଣାକୁଲମର ଫାଜିଲ ଫରିଦ ଏହି କାରବାରର ଅଭିଯୁକ୍ତ ଅଟନ୍ତି। ଅଭିଯୁକ୍ତଙ୍କୁ ରବିବାର କୋଚି ଏନଆଇଏ କାର‌୍ୟ୍ୟାଳୟରେ ହାଜର କରାଯିବ। ଏନଆଇଏ ସମେତ କେନ୍ଦ୍ରୀୟ ଏଜେନ୍ସି ଓ ସୀମା ଶୁଳ୍କ ବିଭାଗ କେରଳ ଉଚ୍ଚ ନ୍ୟାୟାଳୟରେ ସ୍ଵପ୍ନଙ୍କ ଆଗୁଆ ଜାମିନକୁ ବିରୋଧ କରିଥିଲେ।
କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର କହିଛନ୍ତି ଯେ, ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ମହିଳା ଅଭିଯୁକ୍ତ ସ୍ଵପ୍ନା ସୁରେଶ ଦ୍ଵାରା ଏକ ସରକାରୀ ପ୍ରକଳ୍ପରେ ନିଯୁକ୍ତି ହାସଲ କରିବା ପାଇଁ ଦିଆଯାଇଥିବା ନକଲି ଡିଗ୍ରୀ ପ୍ରମାଣ ପତ୍ରକୁ ନେଇ ମିଳିଥିବା ଅଭିଯୋଗର ଯାଞ୍ଚ କରାଯିବ। ପୋଲିସ୍ଠୁ ମଧ୍ୟ ଅଭିଯୋଗ ମିଳିଛି। ଏବେ ଏହାର ଯାଞ୍ଚ କରାଯିବ।
ଅନ୍ୟପକ୍ଷେ ଗୃହ ମନ୍ତ୍ରଣାଳୟ ଏହି ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)କୁ ଛାନବିନ କରିବା ପାଇଁ ଗୁରୁବାରଠୁ ଅନୁମତି ଦେଇଥିଲେ। ଏହା ପରେ ଏଜେନ୍ସି ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏନଆଇଏ ମୁଖପାତ୍ର କହିଛନ୍ତି, ଅବୈଧ ଗତିବିଧି ରୋକଥାମ ଅଧିନିୟମ ଆଧାରରେ ମାମଲା ରୁଜୁ ହୋଇଛି।

Related Posts

Seo wordpress plugin by www.seowizard.org.