Odisha News

ସିବିଆଇ ଜାଲରେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ୫୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ

ରାଉରକେଲା,୨୭/୨: ଲାଞ୍ଚ ଟଙ୍କା ନେଇ ସିବିଆଇ ଜାଲରେ ପଡିଛନ୍ତି ରାଉରକେଲା ମୁଖ୍ୟ ଡାକଘରର ସହକାରୀ ପୋଷ୍ଟ ମାଷ୍ଟର ଓ ଏଜେଣ୍ଟ। ପ୍ରଭାସିନୀ ସୂତାର ନାମୀ ଜଣେ ଆକାଉଣ୍ଟଧାରୀଙ୍କଠାରୁ ଏଜେଣ୍ଟ ଜରିଆରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବାବେଳେ ସହକାରୀ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଓ ଏଜେଣ୍ଟ ବିମଳ କୁମାର ମୁଦୁଲିଙ୍କୁ ଗିରଫ କରିଛନ୍ତି। ଏହାସହ ସିବିଆଇ ଏହି ଦୁଇ ଜଣଙ୍କ ବାସଭବନ ଉପରେ ଚଢ଼ାଉ ଜାରି ରଖିଛି।
ଏହି ଚଢାଉରେ ସିବିଆଇ ଡିଏସପି ଦିବାକର ନନ୍ଦଙ୍କ ନେତୃତ୍ବରେ ଇନ୍ସପେକ୍ଟର ଏ.କେ.ନନ୍ଦ ଓ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିଲେ। ସୂଚନା ଅନୁସାରେ ପ୍ରଭାସିନୀଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଡେଥ କ୍ଲେମ୍ ବାବଦକୁ ୮ ଲକ୍ଷ ଟଙ୍କା ପାଇବାକୁ ଥିଲା । ତେବେ ପୋଷ୍ଟମାଷ୍ଟର ଅଢେଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଜ୍ଝ ଆଉ ୨ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା ଜ୍ଝ ଏନେଇ ଭୁବନେଶ୍ୱର ସିବିଆଇ ଅଧିକାରୀଙ୍କ ସହ ପ୍ରଭାସିନୀ ସୂତାର ଯୋଗାଯୋଗ କରିଥିଲେ ଜ୍ଝ ତେବେ ଆଜି ପ୍ରଥମ ଦଫାରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବିଶ୍ବରଂଜନଙ୍କ ସହ ଦଲାଲ ବିମଳ ମୁଦୁଲିଙ୍କୁ ଗିରଫ କରାଯାଇଛି ।

Related Posts

Seo wordpress plugin by www.seowizard.org.