Odisha News

ସିଆରପିଏଫ ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୨/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ସ୍ୱାଧୀନତାର ୭୫ ବର୍ଷ ରେ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବନ ମହୋତ୍ସବ’ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଡେଣ୍ଟ ଶ୍ରୀ ଆନନ୍ଦ ଝା, ଦ୍ୱିତୀୟ କମାଣ୍ଡିଂ ଅଫିସର ଶ୍ରୀ ମଉଲି ମୋହନ କୁମାର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ସି.ଅଜିତ ବାବୁ, ସହାୟକ କମାଣ୍ଡାଣ୍ଟ ଶ୍ରୀ କୁମାର ରାଘବେନ୍ଦ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଜି.ଆର.ରାଘବେନ୍ଦ୍ର, ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ସମେତ ସ୍କୁଲ ର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ ।
ଏହି ଅବସରରେ କମାଡେଣ୍ଟ ଶ୍ରୀ ଆନନ୍ଦ ଝା ଉପସ୍ଥିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଚାରା ରୋପଣର ମହତ୍ତ୍ୱ ଏବଂ ପରିବେଶ ସନ୍ତୁଳନରେ ଏହାର ଅବଦାନ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ
କନ୍ଧମାଳ, ୨୨/୭: କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଯାର ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି ।
ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ,ସୋସିଆଲ ମିଡିଆ ଚେୟାରମ୍ୟାନ୍ ନନ୍ଦ କିଶୋର ଦାଶ, ହେମନ୍ତ କର, ସୂର୍ଯ୍ୟକାନ୍ତ ଦାଶ, ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲିକ, ନଗର ସଭାପତି ଶିବ ଶଙ୍କର ବେହେରା, ଆଇଏନଟିୟୁସି ସଭାପତି ଘନ କୁମାର ଶବର, ଅମୀର ଚାନ୍ଦ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ବଳଦେବ ବେହରା, ଗୌର ଚରଣ ବେହେରା ବିଳାସିନୀ ନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାଶ, ନୃସିଂହ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାର ବିରୁଦ୍ଧରେ ବର୍ଷିଥିଲେ।

Related Posts

Seo wordpress plugin by www.seowizard.org.