Odisha News

ସିଆରପିଏଫ ବାଟାଲିୟନ ତରଫରୁ ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଆସିଆରପିଏଫ ବାଟାଲିୟନ ତରଫରୁ ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଆୟୋଜିତ ୟୋଜିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ଟାଉନର ଗୁଳିମରାପଦା ସାହି, ପଣଷପଡି ,ଖଜୁରିନାଳ, ବଡ଼ଗାଁ ,କାମପଡା , ବାରଖମା, ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଏବଂ ପଣଷପଡି ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅଭିଯାନ ଅନ୍ତର୍ଗତରେ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଜରିଆରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସିଆରପିଏଫ ସଦସ୍ୟ ମାନେ ଉକ୍ତ ସାହି ବାସିନ୍ଦା ଓ ଗ୍ରାମବାସୀ ତଥା ଅଞ୍ଚଳର ସମସ୍ତ ଜନ ପ୍ରତିନିଧିଙ୍କ ନିକଟରେ ପହଞ୍ଚି ହାତରେ ମାଟି କଳସ ନେଇ”ମେରୀ ମାଟି, ମେରା ଦେଶ” ବୋଲି ଶପଥ ଗ୍ରହଣ କରିଥିଲେ।
ଏଥିରେ ୧୨୭ ବାଟାଲିୟନ ସିଆରପିଏଫ ର କମାଣ୍ଡାଣ୍ଟ ଆନନ୍ଦ ଝା ଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପ କମାଣ୍ଡେଣ୍ଟ ବିପିନ କୁମାର ତଥା ସହାୟକ କମାଣ୍ଡେଣ୍ଟ କୁମାର ରାଘବେନ୍ଦ୍ର, ୱାର୍ଡ ପ୍ରତିନିଧି, ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ପଣଷପଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରହରାଜ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସିଆରପିଏଫର ଜବାନ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
ବାଲିଗୁଡା : ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ , ୩୦ ୟୁନିଟ୍ ରକ୍ତ ସଂଗୃହିତ
ବାଲିଗୁଡା,୨୩/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର‌୍ୟ୍ୟ, ଯୋଜନା ଅଧିକାରୀ ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବର, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା, ଅଧ୍ୟାପକ ହିମାଂଶୁଚରଣ ସାହୁ, ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ ରକ୍ତ ଭଣ୍ଡାର କର୍ମଚାରୀ ମାନେ ଉପସ୍ଥିତ ରହି ସହାୟତା କରିଥିଲେ।
ଏଥିରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ମହାବିଦ୍ୟାଳୟ ସଫେଇ କର୍ମଚାରୀ କୁନି ନାୟକ, ଅଧ୍ୟାପକ ଯୁଗଳ କିଶୋର ପ୍ରଧାନ, ଯୋଜନା ଅଧିକାରୀ ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବରଙ୍କ ସମେତ ଛାତ୍ରଛାତ୍ରୀ ମାନେ ମଧ୍ୟ ରକ୍ତଦାନ କରିଥିଲେ। ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଗଟାଙ୍ଗି ଆଶ୍ରମ ବିଦ୍ୟାଳୟ ରେ ପିତାମାତା ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡା,୨୩/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଗଟାଙ୍ଗି ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ପିତାମାତା ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର, ସମ୍ମାନିତ ଅତିଥି ଭାବେ ବନ ଅଧିକାରୀ ଟିକେଶ୍ୱର ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ପରେ ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ଥିଲା । ତତ ପରେ ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ ।
ପ୍ରଧାନଶିକ୍ଷକ ଘନଶ୍ୟାମ ପ୍ରଧାନ ବିବରଣୀ ପାଠ କରିଥିଲେ । ସତ୍ୟଜିତ ମହାପାତ୍ର ଓ ହେମନ୍ତ ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ଅତିଥି ମାନେ ବିଭିନ୍ନ ବିଭାଗ ର ଯୋଜନା ବିଷୟରେ ଉପସ୍ଥିତ ପ୍ରାୟ ଏକ ଶହ ପଚାଶ ରୁ ଉର୍ଧ୍ଵ ପିତାମାତା ଙ୍କୁ ଅବଗତ କରାଇଥିଲେ ।
ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ଗୁଡିକର କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଅମ୍ବିକା ବିଭାର, ପ୍ରଭାସିନୀ ଦିଗାଲ, ତାରାବତୀ ପ୍ରଧାନ ଓ ସେବତୀ ମଲିକଙ୍କ ସଂଯୋଜନା ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଗଟାଙ୍ଗୀର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମ୍ୟ କମିଟି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.