Odisha News

ସାଳନ୍ଦୀ ନଦୀରେ ବୁଡି ୩ ଛାତ୍ର ମୃତ, ଜଣେ ଗୁରୁତର

ଭଦ୍ରକ,୪/୪ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଲାଙ୍ଗୁଡ଼ି ଅଞ୍ଚଳରେ ଘଟିଛି ଏହି ଘଟଣା।
ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ସାଙ୍ଗ ଲାଙ୍ଗୁଡ଼ି ଅଞ୍ଚଳରେ ନାଳିଆ ନଦୀରେ ଗାଧୋଉ ଥିବା ବେଳେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ କେବଳ ସୁସ୍ଥ ଅଛନ୍ତି। ଚିକିତ୍ସା ପରେ ତାଙ୍କୁ ଡିସ୍ଚାର୍ଜ କରି ଦିଆଯାଇଛି।

Related Posts

Seo wordpress plugin by www.seowizard.org.