Odisha News

ସାବାଡ଼୍ ହେବେ ବେପରୁଆ ଲୋକେ, କୋଭିଡ଼୍ ନିୟମ ଭାଙ୍ଗିଲେ ୫ ଶହ ଟଙ୍କା ଜରିମାନା:BMC

ଭୁବନେଶ୍ୱର, ୧୦/୧: ସାବଧାନ ରାଜଧାନୀବାସୀ। ଆଉ ବରଦାସ୍ତ କରି ହେବନି। ଏଣିକି କୋଭିଡ ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ୫ ଶହ ତଣ୍ଡ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସବୁଠୁ ଅଧିକ ଚିହ୍ନଟ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରରୁ । ତେଣୁ ଅମାନିଆ ରାଜଧାନୀବାସୀଙ୍କ ସାବାଡ଼ କରିବାକୁ ଏଣିକି ଜରିମାନା ଗଣିବାକୁ ପଡ଼ିବ ବୋଲି ଟ୍ୱିଟ କରିଛି BMC।
ବିଏମ୍ସି ପକ୍ଷରୁ କୁହାଯାଇଛି, କୋଭିଡ୍ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ।
ଏଥିସହ ଘରୁ ବାହାରିଲେ ସଠିକ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା, ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ବଜାୟ ରଖିବା, ଭିଡ଼ରୁ ନିବୃତ୍ତ ରହିବା ତଥା ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର ୨ଟି ମାତ୍ରା ନିଶ୍ଚିତ ଭାବେ ନେବାକୁ ବିଏମ୍ସି ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଅଛନ୍ତି। ଏହାବାଦ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।

Related Posts

Seo wordpress plugin by www.seowizard.org.