Odisha News

ସାବଧାନ ! ପୂଜା ମଣ୍ଡପରେ ମାତିଛନ୍ତି ଲେଡି ଲୁଟେରା ଓ ବ୍ଲେଡ୍ ଗ୍ୟାଙ୍ଗ୍‌

ଭୁବନେଶ୍ୱର ,୩/୧୦: ଗଣ୍ଡା ଗଣ୍ଡା ସିସିଟିଭି। ମାଳମାଳ ପୁଲିସ। ତଥାପି ହେଉଛି ଚୋରି। ଚୋରିରେ ପୁରୁଷଙ୍କ ତୁଳନାରେ ଲେଡି ଲୁଟେରାଙ୍କ ଆତଙ୍କ ଅଧିକ। ଟାର୍ଗେଟରେ ପୂଜା ମଣ୍ଡପ। ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ ! ଚୋରି ହୋଇପାରେ ମୂଲ୍ୟବାନ ଜିନିଷ। ଗହଳିର ସୁଯୋଗ ନେଇ ଚୋର ବା ଚୋରଣୀ ଆପଣଙ୍କ ପକେଟ ଓ ପର୍ସ ଖାଲି କରିଦେଇପାରନ୍ତି। ବେକରୁ ସୁନା ଚେନ୍ ଲୁଟି ନେଇ ପାରନ୍ତି।
ରସୁଲଗଡ ପୂଜା ମଣ୍ଡପରରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏପଟେ ଶ୍ରଦ୍ଧାଳୁ ପୂଜା କରୁକରୁ, ସେପଟୁ ମୋବାଇଲ ଓ ପର୍ସ ଗାୟବ। ଧରାପଡିପାରୁ ପରିବାର ସହ ବୁଲିବାକୁ ଆସିିଥିବାର କାହାଣୀ କହି ଖସିଯିବାକୁ ପ୍ଲାନ କରିଛନ୍ତି ସନ୍ଦିଗ୍ଘ ମହିଳା। ମାତ୍ର ଗତକାଲିି ରସୁଲଗଡ ପୂଜା ମଣ୍ଡପ ଟିମ୍ ସଂପୃକ୍ତ ମହିଳାଙ୍କୁ ଧରି ପୁଲିସକୁ ଜିମା ଦେଇଛନ୍ତି।
ରାଜଧାନୀରୁ ଧରାପଡିଲେ ବ୍ଲେଡ୍ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରୁ ଚୋରି କରୁଥିଲେ। ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲା ବେଳେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ସେମାନଙ୍କ ପାଖରୁ ବ୍ଲେଡ୍ ଜବତ ହୋଇଛି। ଏହି ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଦୁଇଜଣ ବିହାର୍ର ବାସିନ୍ଦା ବୋଲି ଜଣାପଡ଼ିଛି।
ଏହି ଅଭିଯୁକ୍ତମାନେ ଗହଳିରେ ବୟସ୍କ ବ୍ୟକ୍ତି, ମହିଳା ଏବଂ ଯୁବତୀଙ୍କୁ ଟାର୍ଗେଟ କରି ସୋମନଙ୍କ ଠାରୁ ଚୋରି କରୁଥିଲେ ବୋଲି ନୟାପଲ୍ଲୀ ଥାନା ପୋଲିସ ସୂଚନା କହିଛି। ଖବର ଅନୁସାରେ ପାର୍ବଣ ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଜମୁଛି। ଲୋକମାନେ ମଣ୍ଡପରୁ ମଣ୍ଡପକୁ ବୁଲି ମାଙ୍କୁ ଦର୍ଶନ କରୁଛନ୍ତି। ତେବେ ଏହି ଗହଳିର ସୁଯୋଗ ନେଇ ଏହି ଲୁଟେରା ଗ୍ୟାଙ୍ଗ ଚୋରି କରି ତାର ଫାଇଦା ଉଠାଉଛନ୍ତି।

Related Posts

Seo wordpress plugin by www.seowizard.org.