Odisha News

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣ ପାଇବେ ପୋଲିସ୍ ମେଡାଲ, ସ୍ୱରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ କରାଯିବ ପୁରସ୍କୃତ

ଭୁବନେଶ୍ବର, ୨୫/୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହସିକତା ପୋଲିସ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୨୨ଜଣ ପୋଲିସ ଅଧିକାରୀ ପାଇବେ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସାହସିକତା ପାଇଁ ୯ ପୋଲିସ ଅଧିକାରୀ ଏବଂ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ୯୩୯ ପୋଲିସଙ୍କୁ ମିଳିବ ସାହସିକତା ପୋଲିସ ପଦକ । ଉଲ୍ଲେଖନୀୟ ସେବା ପାଇଁ ୮୮ ଜଣଙ୍କୁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ୬୬୨ ଜଣଙ୍କୁ ଏବଂ ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ।

Related Posts

Seo wordpress plugin by www.seowizard.org.