Odisha News

ସହଦେବ ନାୟକଙ୍କୁ ହତ୍ୟା ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ

ଭୁବନେଶ୍ୱର, ୧୬/୨: ଆଜି ମଞ୍ଚେଶ୍ୱର ଥାନାରେ ରସୁଲଗଡ ଓଭରବ୍ରିଜ୍ ଉପରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଆତ୍ମସର୍ମପଣ କରିଛି ।
ଏହି ହତ୍ୟାକାଣ୍ଡ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରୁଥିଲା । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ ଆତ୍ମସର୍ମପଣ କରିଛି ।
ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କୁ ବାଇକରେ ଦୁଇ ଜଣ ଆସି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ଯେଉଁ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଥିଲା । କିଏ ଓ କାହିଁକି ସହଦେବ ନାୟକଙ୍କୁ ହତ୍ୟା କଲା ତାହା ଅସ୍ପଷ୍ଟ ରହିଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଥିଲା ।
ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଫଳରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଫଳ ହୋଇଥିଲା । ଏହି ହତ୍ୟାକାଣ୍ଡରେ ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା । କିନ୍ତୁ ଆଜି ମୁଖ୍ୟ ଅଭିଯୁକ୍ତ ରମା ନାୟକ ନିଜେ ମଞ୍ଚେଶ୍ୱର ଥାନାରେ ଆତ୍ମସର୍ମପଣ କରିଛି ।

Related Posts