Odisha News

ସର୍ବଭାରତୀୟ ସ୍ତରରେ ନାଁ ରଖିଲେ ବରଗଡ଼ର ଝିଅ ନବ୍ୟା ନବେଲି ଆଚାର‌୍ୟ୍ୟ

By Aswini kumar Darjee

ବରଗଡ଼ ୨୮/୧୦: ମୁମ୍ବାଇ ସ୍ଥିତ ଭାବା ଏଟମିକ ରିସର୍ଚ୍ଚ ପରିସରରେ ଚାଲିଥିବା ସର୍ବ ଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ବରଗଡ଼ ର ଝିଅ ନବ୍ୟା ନବେଲି ଆଚାର‌୍ୟ୍ୟ ପ୍ରଥମ ସ୍ଥାନ ଅଧିକାର କରି ବରଗଡ଼ ଜିଲ୍ଲା ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି ।
ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ୩୪ ତମ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ବରଗଡ଼ ର ଝିଅ ନବ୍ୟା ନବେଲୀ ଆଚାର‌୍ୟ୍ୟ ପ୍ରଥମ ୧୦ ଜଣ ରେ ନିଜର ସ୍ଥାନ ବଜାୟ ରଖିବା ପରେ ମୁମ୍ବାଇରେ ଥିବା ଭାବା ଆଣବିକ ପ୍ରତିଷ୍ଠାନରେ Neuclear Power-Secured Energy Source towards ଶୀର୍ଷକ ରେ ନିଜର ମୌଖିକ ଉପସ୍ଥାପନା(Oral Presentation ) କରି ଏହି ଉପଲବ୍ଧି ହାସଲ କରିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅଧିନସ୍ତ କିରୋରୀ ମଲ୍ କଲେଜ ରେ ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ଅଟନ୍ତି ।
ବରଗଡ଼ ରାଣୀବନ୍ଧ ପଡା ନିବାସୀ ପ୍ରକାଶ ଆଚାର‌୍ୟ୍ୟ ଙ୍କ ଝିଅ ତଥା ବରଗଡ଼ ଶ୍ରୀ ଅରବିନ୍ଦ ସ୍କୁଲ ର ଛାତ୍ରୀ ଥିବା ନବ୍ୟା ନବେଲି ୨୦୧୮ ମସିହାରେ ମେଟ୍ରିକ ପରୀକ୍ଷା ରେ ୯୫.୫ ପ୍ରତିଶତ ମାର୍କ ରଖି ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ୨୦୨୦ ରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ୯୯ ପ୍ରତିଶତ ମାର୍କ ରଖି ଅଞ୍ଚଳ ପାଇଁ ସୁନାମ ଆଣିଥିଲେ ।ଭବିଷ୍ୟତ ରେ ଜଣେ ବୈଜ୍ଞାନିକ ହେବାପାଇଁ ଲକ୍ଷ୍ୟ ରଖିଥିବା ନବ୍ୟା ନବେଲୀ କହିଛନ୍ତି।

Related Posts

Seo wordpress plugin by www.seowizard.org.