Odisha News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ସମ୍ବର୍ଦ୍ଧନା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୫: ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରାଜକିଶୋର ମହାରଣା ଅଧ୍ୟକ୍ଷତା କରିଥିଲେ । ମେଧାବୀ ଛାତ୍ର ତଥା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ଶୁଭ୍ରଦୀପ ପ୍ରଧାନ ଙ୍କ କରକମଳ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା ।
ମଞ୍ଚରେ ପରିଚାଳନା କମିଟି ର ସମ୍ପାଦକ ସାର ପ୍ରଧାନ, ସହ ସମ୍ପାଦକ ସନ୍ତୋଷ କୁମାର ପୁରୋହିତ, ସହ ସଭାପତି ବ୍ୟୋମକେଶ ମିଶ୍ର , କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ଚଳିତ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସୁଭ୍ରଦୀପ୍ ପ୍ରଧାନ ୫୫୪ (୯୨.୩୩ %) ଏ -୧ ପ୍ରାପ୍ତ କରି ଜିଲ୍ଲାରେ ସର୍ବୋଚ୍ଚ ନମ୍ୱର ର ଅଧିକାରୀ ହୋଇଛନ୍ତି । ଆଜିର ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମ୍ପାଦକ ସାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ବୌଦ୍ଧ,୩୦/୫: ବୌଦ୍ଧ ଜିଲ୍ଲାରେ ଆସନ୍ତା ୪ ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ର, ବୌଦ୍ଧ ବିଧାନ ସଭା ଓ କଂଟାମାଳ ବିଧାନସଭା ପାଇଁ ଭୋଟ ଗଣତି ହେବାକୁ ଥିବା ବେଳେ ମଙ୍ଗଳବାର ଜିଲ୍ଲାପ୍ରଶାସନ ପକ୍ଷରୁ ଭୋଟ ଗଣତି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୋଟ ଗଣତି ଯେପରି ଶାନ୍ତି ଶୃଙ୍ଖଳାରେ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ସୋନାଲ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ ଡିପାଟମେଣ୍ଟ ଅଧିକାରୀ ମାନଙ୍କୁ ପୁର୍ବରୁ ମକଡ୍ରିଲ କରି ସଠିକ ଭାବେ କାର୍ଯ୍ୟ ତୁଲାଇବ ପାଇଁ ନିର୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୋବାଇଲ ଆମ୍ବୁଲାନସ ଟିମ, ଫାଷ୍ଟଏଡ ଟିମ, ଡାକ୍ତର, ଏବଂ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗ୍ନିଶମ ବିଭାଗକୁ ନିରାପତ୍ତା
ସାର୍ଟିଫିକେଟ ସହ ଅଗ୍ନିଶମ ଗାଡି ଓ କର୍ମଚାରୀ ମହଜୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ ବିଭାଗ ବିଦ୍ୟୁତ ସରବରାହ ବନ୍ଦ ନକରିବାକୁ ସହିତ ଜରୁରୀ ପରିସ୍ଥିତ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ତ୍ତବିଭାଗ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା ଭୋଟ ଗଣତି ପୁର୍ବରୁ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଓ ବୌଦ୍ଧ ବିଡିଓଙ୍କୁ ଶ୍ରମିକ ଯୋଗାଇାଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜଳ ପରିମଳ ବିଭାଗ ପକ୍ଷରୁ ପାଣିଟାଙ୍କି ଓ ଅସ୍ଥାୟୀ ଶୌଚାଳୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିରନ୍ତର ଇନରନେଟ ସେବା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।
ବୈଠକରେ ଏସପି ରାଜ ପ୍ରସାଦ, ଏଡିଏମ ଦିଲିପ କୁମାର ମହାପାତ୍ର, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଡେପୁଟି କଲେକ୍ଟର ନିର୍ବାଚନ ଶାଶ୍ୱତ ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଓ ସମସ୍ତ ବିଡିଓ, ତହସିଲଦାଲ, ଅତିରିକ୍ତ ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ବୌଦ୍ଧଜିଲ୍ଲା ପ୍ରବଳ ଗ୍ରୀଷ୍ମ ପ୍ରବାହ, ଜନ ଜୀବନ ଅସ୍ତବ୍ୟସ୍ତ
ବୌଦ୍ଧ,୩୦/୫: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କିଛି ଦିନ ହେବ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ଜିଲ୍ଲାର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି । ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ପୁରାପୁରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖରା ଯୋଗୁଁ ସକାଳ ୯ ଟାରୁ ରାସ୍ତାଘାଟ ଶୁନଶାନ ହୋଇପଡୁଥିବା ଘରୁ ଆଦୌ ବାହାରିବା ପୁରା ମୁସ୍କିଲ ହୋଇପଡିଛି । ସରକାରୀ କାର୍ଯ୍ୟାଳୟ ଗୁଡିକ ଖାଁ ଖାଁ ଲାଗୁଛି । ଦୋକାନ ବଜାରରେ ବ୍ୟବସାୟ ମାନ୍ଦା ରହିଛି ।
ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏସି ଓ କୁଲର ଦୋକାନ ଗୁଡିକରେ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ଥଣ୍ଡା ପାନୀୟ, ଲସି ଦୋକାନ, ଆଖୁରସ ଥିବା ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ବୌଦ୍ଧ ସହର ଦେଇ ଚିରସ୍ରୋତା ମହାନଦୀ ପ୍ରବାହିତ ହୋଇଥିବା ବେଳେ ଏବେ ମହାନଦୀ ପୁରାପୁରୀ ଶୁଖିଲା ପଡିଛି । ମହାନଦୀ ଶୁଖିଲା ପଡିବା ଯୋଗୁଁ ନଦୀର ବାଲି ଓ ନଦୀ ଭିତରେ ଥିବା ପଥର ଖରାର ତାପ ଓ ଜଙ୍ଗଳ କ୍ଷୟ ଯୋଗୁଁ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଖରା ସାଙ୍ଗକୁ ତତଲା ଝାଂଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ସନ୍ଧ୍ୟା ୬ଟା ନହେଲା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ । ଖରା ଯୋଗୁଁ ରାସ୍ତା ଘାଟ ପୁରା ଖାଁ ଖାଁ ଲାଗୁଛି । ଫଳରେ ରାସ୍ତା ଘାଟକୁ ଦେଖିଲେ ଅଘୋଷିତ କର୍ଫ୍ୟୁ ଭଳି ଲାଗୁଛି ।
ଆହୁରୀ ମଧ୍ୟ ବୌଦ୍ଧ ସହର ବର୍ତ୍ତମାନ ବୃକ୍ଷ ଶୁନ୍ୟ ହୋଇପଡିଛି । ସହରର ପ୍ରମୁଖ ରାସ୍ତା ଗୁଡିକ ପ୍ରଶସ୍ତି କରଣ କରାଯିବା ଯୋଗୁଁ ରାସ୍ତା କଡରେ ଥିବା ବଡ ବଡ ଗଛ ଗୁଡିକ କାଟି ଦିଆଯାଇଥିଲା । ଗଛ ଗୁଡିକ କାଟିଦିଆଯିବା ଯୋଗୁଁ ଖରାର ଉତ୍ତାପ ମଧ୍ୟ ବୃଦ୍ଧିର କାରଣ ପାଲଟିଛି । ରାସ୍ତା କଡରେ ବୃକ୍ଷ ଶୁନ୍ୟ ଯୋଗୁଁ ପଥଚାରୀ ମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାସ୍ତାରେ ଚାଲି ଚାଲି କି ସାଇକେଲରେ କି ମଟର ସାଇକେଲ ଯାଉଥିବା ପଥଚାରୀମାନେ ଖରାଯୋଗୁଁ ହାଲିଆ ହୋଇଗଲେ ସେମାନଙ୍କ ବିଶ୍ରାମ ନେବାକୁ ରାସ୍ତାରେ ଗଛ ଟିଏ ନାହିଁ । ରାଜୁଡା ସମୟରେ ପଥଚାରୀଙ୍କ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଲିମ୍ବ, ଜାମୁ, ଆମ୍ବ, ତେନ୍ତଳି , ବର ଓ ପିପଳ ଭଳି ଗଛ ଲଗାଉଥିଲେ । ଫଳରେ ପଥଚାରୀ ମାନେ ଖରା ଦାଉରୁ ରକ୍ଷା ପାଇବା ସହ ଫଳ ମଧ୍ୟ ରାସ୍ତାର ଯିବା ସମୟରେ ଖାଇପାରୁଥିଲେ । ପ୍ରଶାସନ ପକ୍ଷରୁ ମହାନଦୀରେ ଖରାଦିନେ ଯେପରି ପାଣି ଭରପୁର ରହିପାରିବ ସେ ନେଇ ପଦକ୍ଷେପ ନେବା ଏକ ଜରୂରୀ ହାଇପଡିଛି । ଏହା ସହ ସହରର ରାସ୍ତା କଡରେ ଲିମ୍ବ, ଜାମୁ , ତେନ୍ତୁଳି, ବର ଓ ପିପଳ ଗଛ ଲଗାଗଲେ ସହରରେ ଖରା ତାପ କମିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ବୌଦ୍ଧରେ କାଳବୈଶାଖୀ ତାଣ୍ଡବ; ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି
ବୌଦ୍ଧ,୩୦/୫: ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ସନ୍ଧ୍ୟାରେ ଏଠାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀର ପ୍ରଭାବ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବଡ଼ ବଡ଼ ଗଛ ଭାଙ୍ଗିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।
ଏଥିସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଛି, ଯାହା ଫଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ସ୍ଥିତି ସୁଧାରିବା ପାଇଁ ଅଗ୍ନିଶମ ବାହିନୀ, ଓଡ୍ର। ଫ ଟିମ୍ ଓ ବିଦ୍ୟୁତ କର୍ମଚାରୀ ଙ୍କୁ ସ୍ଥାନୀୟ ଅଧିବାସୀ ସହଯୋଗ କରୁଛନ୍ତି । କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡରେ ବଡ଼ ବଡ଼ ଗଛ ଭାଙ୍ଗି ଉପୁଡ଼ି ପଡ଼ିଥିବା ଯୋଗୁଁ ଅନେକ ସ୍ଥାନରେ ଯାତାୟାତର ସମସ୍ୟା ସୃଷ୍ଟି ହୋଇଥିଲା । ଏହାଛଡା କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ଗତ କାଲି ରାତିରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବ୍ୟାଘାତ ରହିଛି ।
ସହରର ପିଡବ୍ଲୁଡି କଲୋନୀରେ ଏକ ବିଶାଳ ଗଛ ଭାଙ୍ଗି ପଡିଥିବା ଯୋଗୁଁ ଦୁଇଟି ପରିବାର ଦୀର୍ଘ ସମୟ ଧରି ଘରେ ଫସି ରହିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଗଛକାଟି ସେମାନଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି ।
ବୌଦ୍ଧ ସହରର ଉପଜିଲ୍ଲାପାଳଙ୍କ ବାସଭବନ ନିକଟରେ ,ମାଷ୍ଟରଲାଇନ,ଯୋଗୀନ୍ଦ୍ରଦେବ ପାର୍କ,ଇରିଗେସନ କଲୋନୀ,ରେଭିନ୍ୟୁ କଲୋନୀ,ବାଏପାସ ରାସ୍ତା ଭଳି ଅନେକ ସ୍ଥାନରେ ଝଡ଼ରେ ବଡ଼ ବଡ଼ ଗଛ ଭାଙ୍ଗି ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ସେବା ବ୍ୟାଘାତ ଯୋଗୁଁ ସାଧାରଣ ଲୋକେ ଅସହ୍ୟ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ।
ତେବେ ଗତକାଲି ରାତିଠାରୁ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ କର୍ମଚାରୀ ମାନେ ଏଭଳି ସ୍ଥାନରେ ପହଞ୍ଚି ସ୍ଥିତି ସାମାନ୍ୟ ପାଇଁ ଲାଗିପଡ଼ିଛନ୍ତି । କାଳବୈଶାଖୀ ତାଣ୍ଡବ ପ୍ରଭାବରେ ବର୍ଷା ବୌଦ୍ଧବାସୀଙ୍କୁ ତାତିରୁ ଆଶ୍ୱସ୍ତି ଦେଇଥିବା ଜଣାପଡିଛି । କିନ୍ତୁ ସେପଟେ ପ୍ରଭଳ ବର୍ଷା ଯୋଗୁଁ ଯାତାୟତ ଏବଂ ବିଦ୍ୟୁତ ସେବାରେ ବାଧା ଉପୁଜିଛି । ଆଜି ମଧ୍ୟ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ଠିକ୍ ଭାବରେ ଲୋକେ ପାଇ ପାରି ନ ଥିବା ଜଣ ପଡ଼ିଛି ।
ଧନ୍ଦାମୂଳକ ଶିକ୍ଷାରେ ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟ ର ସଫଳତା
ବୌଦ୍ଧ,୩୦/୫: ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ପାଠ୍ୟକ୍ରମ ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗ ର ଛାତ୍ରୀ ମାନେ ଚଳିତ ବର୍ଷ କୃତିତ୍ୱ ର ସହିତ ଉତ୍ତର୍ଣ୍ଣ ହୋଇଛନ୍ତି ।
ଏହି ବିଭାଗର ୬ ଜଣ ଛାତ୍ରୀ, ମନୀଷା ରାଣୀ ପୁରୋହିତ, ଲିଜା ବଡମାଳି, ଦୀପିକା ବାରିକ, ଝୁମାଲି ନାଏକ, ରଶ୍ମୀ ଦଳବେହେରା, ପ୍ରାଚୀ ପ୍ରିୟଦର୍ଶିନୀ ବେହେରା ଶତ ପ୍ରତିଶତ ନମ୍ବର ରଖିଥିବା ବେଳେ ୧୦ ଜଣ ଛାତ୍ରୀ ୯୦ ରୁ ୯୯ ଶତକଡା ନମ୍ବର ରଖି ସଫଳତା ପାଇଛନ୍ତି। ପ୍ରଶିକ୍ଷକ ଚିନ୍ମୟ କୁମାର ପଥ୍ରିମାଳି, ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣଚନ୍ଦ୍ର ସାମଲ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉଦ୍ୟମ ଯୋଗୁଁ ବିଦ୍ୟାଳୟ ରେ ଧନ୍ଦାମୂଳକ ଶିକ୍ଷାର ଛାତ୍ରୀ ମାନଙ୍କ ରୁଚି ରହିଅଛି ।

Related Posts

Seo wordpress plugin by www.seowizard.org.