Odisha News

ସମୀକ୍ଷା ବୈଠକରେ ନିଷ୍ପତ୍ତି: କୋଭିଡ୍ ନିୟମ ଅନୁସାରେ ପାଳନ ହେବ ଖଣ୍ଡଗିରି ମାଘମେଳା

ଭୁବନେଶ୍ବର,୨୧/୧: ଚଳିତ ମାସ ୨୮ ତାରିଖ ଠାରୁ ଭୁବନେଶ୍ବର ଖଣ୍ଡଗିରି ଓ ଉଦୟଗିରି ପାଦଦେଶରେ ପ୍ରସିଦ୍ଧ ଖଣ୍ଡଗିରି ମେଳାର ଆୟୋଜନ ହେବ। ଏଥି ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଏସ୍ଓପି ଜାରି କରିଛି।
ଖଣ୍ଡଗିରି ମେଳା ୧୦ ଦିନ ପର‌୍ୟ୍ୟନ୍ତ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ତରଫରୁ ଏହି ଏସଓପି ଜାରି କରାଯାଇଛି। ତେବେ କୋଭିଡକୁ ଆଖି ଆଗରେ ରଖି ସମସ୍ତେ ଏହି ଏସଓପି ପାଳନ କରିବାକୁ ବିଏମସି ତରଫରୁ କୁହାଯାଇଛି ।
ଯାତ୍ରା ନାଟକ ଦଳର ସମସ୍ତେ କୋଭିଡ୍ ନିମୟ ମାନି ଯାତ୍ରା ପରିବେଷଣ କରିବେ। ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି।
ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ ବିଏମସି ଏସଓପରେ ଉଲ୍ଲେଖ କରିଛି । ଏହାସହ ନାଟକ ପେଣ୍ଟାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଆଖି ଆଗରେ ରଖି କରାଯିବ ।

Related Posts

Seo wordpress plugin by www.seowizard.org.