Odisha News

ସଦର ବିଧାୟକଙ୍କୁ ସମ୍ବର୍ଦ୍ଧନା

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୫/୭ : ଗୁରୁବାର ସକାଳ ୧୦.୩୦ ମିନିଟ ସମୟ ରେ ନବନିର୍ବାଚିତ ଯୁବ ବିଧାୟକ ଶ୍ରୀ ମାନସ ଦତ୍ତ ଙ୍କ ପୁରୁଣା ଷ୍ଟାଡିୟମ୍ ନିକଟ ଅଫିସ ରେ ମିଶନ ଶକ୍ତି ବିଏଲଫ ପୌରପାଳିକା ର ସଭାପତି ସ୍ୱାତୀ ପ୍ରଭା ଦାଶ ଓ ସମ୍ପାଦିକା ନମିତାରାଣି ବାରିକ ଙ୍କ ନେତୃତ୍ୱ ରେ ପୋରପାଳିକା ବିଏଲେଫ୍ ର ସମସ୍ତ ଇସି ମେମ୍ବର ମାନେ ବିଧାୟକ ଶ୍ରୀ ଦତ୍ତ ଙ୍କୁ ପୁଷ୍ପଗୁଚ୍ଛ ଓ ଏକ ବୃକ୍ଷ ଚାରା ଦେଇ ସମ୍ବର୍ଦ୍ଧିତ କରିବା ସହ ମିଶନ ଶକ୍ତି ମାଆ ମାନଙ୍କର ବିଭିନ୍ନ ସ୍କିମ୍ ବିଷୟରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ଦତ୍ତ ପରବର୍ତ୍ତୀ ସମୟରେ ମାଆ ମାନଙ୍କ ସହ ବିସ୍ତାର ରେ ବସି କଥା ହେଇ ସେମାନଙ୍କ ର ସମସ୍ୟା ବିଷୟରେ ଆଲୋଚନା କରିବା ନେଇ ଉକ୍ତି ରଖିଥିଲେ । ମିଶନ ଶକ୍ତି ର ମାଆ ମାନେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଙ୍କୁ ଭେଟି ଖୁସି ଥିବା ସହ ବିଧାୟକ ଙ୍କ ସମ୍ପୂର୍ଣ୍ଣ ସହଯୋଗ ର ଆଶା ରଖିଥିବା ନେଇ ସୂଚନା ।

Related Posts

Seo wordpress plugin by www.seowizard.org.