Odisha News

ଶ୍ୱଶୁର ଘର ଗାଁରୁ ଜ୍ୱାଇଁର ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି,୧୮/୧୦: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ମାଳପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା। ତେବେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ଭାଇ ସୁରେନ୍ଦ୍ର ଠେଲା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ମୃତକ ବଂଶୀ ଠେଲା ଦୀର୍ଘ ବର୍ଷ ହେବ ତାଙ୍କ ଶଶୁର ଘର ମାଳପଡ଼ାରେ ରହୁଥିଲେ। ଗତକାଲି ରାତିରେ ତାଙ୍କ ଶଳା ଶଳାମାନେ ମାଛ ମାରିବାକୁ କହି ଗାଁ ପୋଖରୀକୁ ନେଇ ଯାଇଥିଲେ।
ପରେ ଶଳାମାନେ ଘରକୁ ଆସିଥିବା ବେଳେ ଭିଣୋଇ ବଂଶୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ସେମାନେ ବିଦ୍ୟୁତ ଆଘାତରେ ବଂଶୀ ଠେଲାଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ତେବେ ଯୋଜନାବଦ୍ଧ ଭାବେ ବଂଶୀଙ୍କୁ ହତ୍ୟା କରିଥିବା ମୃତକଙ୍କ ଭାଇ ସୁରେନ୍ଦ୍ର ଠେଲା ଅଭିଯୋଗ କରିଛନ୍ତି। ଖବର ପାଇ ବଙ୍ଗୋମୁଣ୍ଡା ପୁଲିସ ଶଵ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.