Odisha News

ଶ୍ରୀରାମ ନବମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳପକ୍ଷରୁ ଶୋଭାଯାତ୍ରା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୪: ପବିତ୍ର ଶ୍ରୀରାମ ନବମୀ ଅବସରରେ ଆଜି ବୌଦ୍ଧଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରର ବୁଟୁପାଲି ଠାରୁ ଶ୍ରୀରାମଙ୍କ ବେଶରେ କୁନିକୁନି ଶିଶୁ ବାହାରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ସେହିପରି ଅନ୍ୟାନ ବେଶ ସହ ନାମ ସଂକିର୍ତନ, ଜୟ ଶ୍ରୀରାମ ନାରାଦେଇ ଶୋଭାଯାତ୍ରା ସହରର ଏନଏସି ଛକ, ଗାନ୍ଧୀଛକ,ମେଡିକାଲ ଛକ,ପୁରୁଣାବ୍ଲକ ଛକ, ସହିଦ୍ ଛକ, ଗଣେଷ ବଜାର,ପୋଡାପୋଡା ଛକଦେଇ ହନୁମାନ ମନ୍ଦିର ଠାରେ ପଂହଚି ଥିଲା । ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଭକ୍ତ ସାମିଲଥିଲେ ।
ଏହି ଦିବସ ଅବସରରେ ତପସ୍ୱୀନି ମହିଳା ସମିତି ପକ୍ଷରୁ ସ୍ଥାନିୟ ରାମଲୀଳା ମଇଦାନରେ ସକାଳୁ ଶିତଳ ପାନୀୟଜଳ ବଂଟନ କରାଯାଇଥିଲା । ଜିଲ୍ଳା ସଂଯୋଜିକା ରଶ୍ମିତା ହୋତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଦସ୍ୟା ଦିପ୍ତିରାଣୀ ଷଡଙ୍ଗୀ, ବବିତା ପ୍ରଧାନ, ସରିତା ମେହେର, ଗୀତାରାଣୀ ରାୟଚୌଧୁରୀ, ରଂଜିତା ମିଶ୍ର, ପଦ୍ମଜା ପତି ପ୍ରମୁଖ ବଂଟନରେ ସହଯୋଗ କରିଥିଲେ ।

ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ
ବୌଦ୍ଧ,୨୦/୪: ବୌଦ୍ଧଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ସହରର ବ୍ରିଜଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ,ଏନଏସି ଉପାଧ୍ୟକ୍ଷା ସୁବାସିନୀ ସେଠୀ, କନ୍ଧମାଳ ସାଂସଦ ପ୍ରତିନିଧି ତାରେଣୀ କୁମାର ମହାପାତ୍ର , ଦଳର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ପୂର୍ବତନ ଉପାଧ୍ୟକ୍ଷ ବସନ୍ତ ସ୍ୱାଇଁ, ବିଦ୍ୟାଧର ସ୍ୱାଇଁ.ନିବାସ ଦାନୀ, କୈଳାଶ ବେହେରା, ପ୍ରଭାତ ପ୍ରଧାନ,ଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ ।
ଶ୍ରାଦ୍ଧ ଦିବସରେ ନିର୍ବାଚନ ନେଇ ବିଜେଡି ପକ୍ଷରୁ ଦଳର ଶକ୍ତି ପ୍ରଦର୍ଶନ କରାଯାଇଛି । ଦଳ ପକ୍ଷରୁ ବିଜଟ୍ଟ୍‌ନାୟକ ଛକ ଠାରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା ପୁରା ବୌଦ୍ଧ ସହର ପରିକ୍ରମା କରିଥିଲା । ଶୋଭଯାତ୍ରାରେ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ଥିଲେ ।
ଆରମ୍ଭ ହେଲା ବୌଦ୍ଧର ଗଣପର୍ବ ରାମଲୀଳା :୧୮ ଦିନ ଧରି ମାରୁତି ମଣ୍ଡପରେ ଶ୍ରୀରାମଙ୍କ ଜୀବନ ଚରିତଙ୍କୁ ନେଇ ପ୍ରଦର୍ଶନ ହେବ ନାଟକ
ବୌଦ୍ଧ,୨୦/୪: ବୌଦ୍ଧ ଗଡଜାତର ଗଣପର୍ବ ରାମଲୀଳା ଉତ୍ସବ ପବିତ୍ର ରାମନବମୀ ଠାରୁ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣସ୍ଥ ମାରୁତୀ ମଣ୍ଡପ ଠାରେ ବୁଧବାର ଠାରୁ ଆରମ୍ଭ ହୋଇଛି ।
ରାମ ନବମୀ ଉତ୍ସବ ଅବସରରେ ସାରା ବୌଦ୍ଧ ସହର ଚଳ ଚଞ୍ଚଳ ରହିବା ସହିତ ଯାତ୍ରାନୁଷ୍ଠାନ ରାମଲୀଳା ନାଟ୍ୟ ସଂସଦର ସମସ୍ତ ସଦସ୍ୟ ୧୮ ଦିନ ପରମ୍ପରା ଅନୁଯାୟୀ ବ୍ରତ ଧାରଣ କରିଛନ୍ତି । ସହରର ଦେଇ ଯାଇଥିବା ମହାନଦୀର ହନୁମାନ ମନ୍ଦିର ନିକଟରୁ ମହାନଦୀର ପବିତ୍ର ଜଳକୁ ୧୦୮ କଳସୀରେ ଏକ ବିରାଟ ଶୋଭାଯାତ୍ରାରେ ନେଇ ମାରୁତୀ ମଣ୍ଡପଠାରେ ସ୍ଥାପନ କରାଯାଇଛି ।
ଶ୍ରଦ୍ଧାଳୁ ମାନେ ଦିନ ତମାମ ରଘୁନାଥ ମନ୍ଦିରରେ ଭିଡ ଜମାଇ ରାମନବମୀ ପୂଜାତ୍ସବରେ ଅଂଶଗ୍ରହଣ କରିଛନ୍ତି । ଭାଇଚାରାର ନିଦର୍ଶନ ଦେଖାଇ ଏହି ପବିତ୍ର ଦିନରେ ସହରରେ ସଂପୁର୍ଣ୍ଣ ମାଂସ ଓ ମାଛ ବଜାର ବନ୍ଦ ରହିଛି ।
ସନ୍ଧ୍ୟାରେ ସମସ୍ତଙ୍କ ଘର ଆଗରେ କଳସ ବସାଇବା ସହ ଦୀପ ଜାଳିଥିଲେ । ଯାତ୍ରାରେ ଅଂଶଗ୍ରହଣ କରିଥିବା ବ୍ରତୀମାନେ ଆଜିଠାରୁ ନିଜସ୍ୱ ଗୃହ ତ୍ୟାଗ କରିଛନ୍ତି । ଏହି ଯାତ୍ରା ସମୟରେ ସମସ୍ତ ବ୍ରତୀ ଗୋଟିଏ ଓଳି ହବିଷ୍ୟାନ୍ନ ଭକ୍ଷଣ କରିବା ସହିତ ସମସ୍ତ ସୁଖ ସ୍ୱାଛନ୍ଦ୍ୟକୁ ତ୍ୟାଗ କରି ଭୂମିରେ ଶୋଇବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତିି । ୧୮ ଦିନ ଧରି ରାମଲୀଳା ଅବସରରେ ଭଗବାନ ଶ୍ରୀରାମଙ୍କ ଜୀବନ ଚରିତକୁ ମାରୁତୀ ମଣ୍ଡପ ଠାରେ ବ୍ରତୀମାନଙ୍କ ଦ୍ୱାରା ନାଟକ ପ୍ରଦର୍ଶିତ କରାଯିବ । ପରମ୍ପରା ଅନୁଯାୟୀ ପ୍ରଥମ ଦିବସରେ ଭଗବାନ ଶ୍ରୀରାମଙ୍କ ସହିତ ତାଙ୍କର ଅନ୍ୟ ଭ୍ରାତାମାନଙ୍କ ଜନ୍ମ ବୃତାନ୍ତକୁ ଯାତ୍ରା ନାଟକ ଶୈଳୀରେ ପରିବେଷଣ କରାଯାଇଛି ।
ସନ୍ଧ୍ୟା ସମୟରୁ ଏହି ଯାତ୍ରା ଆରମ୍ଭ ହୋଇ ରାମାୟଣ ପାରାୟଣ,ଭଜନସନ୍ଧ୍ୟା ଓ ନିର୍ବାକ୍ ନୃତ୍ୟ ନାଟିକା ପରେ ପ୍ରତିଦିନ ରାତିସାରା ରାମାୟଣର କଥାବସ୍ତୁକୁ ନେଇ ଯାତ୍ରା ନାଟକ ଶୈଳୀରେ ନାଟକ ଚାଲୁ ରହିଛି । ଦ୍ୱୀତିୟ ଦିବସ ନାଟକରେ ପ୍ରଭୁଙ୍କର ବାଲ୍ୟଲୀଳା ଓ ତାଡକା ବଦ୍ଧ ନାଟକ ମଂଚସ୍ଥ ହୋଇଛି ।
ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ଲିଖିତ ନାଟକ କଥାବସ୍ତୁକୁ ବର୍ଷିୟାନ ନିର୍ଦ୍ଦେଶକ ଭବାନୀଶଙ୍କର ମହାପାତ୍ର ଓ ଯୁବ ସଙ୍ଗିତକାର ତୁଷାରକାନ୍ତ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ରାମଲୀଳା ନାଟ୍ୟ ସଂସଦର ସଭାପତି ଭାବରେ ମୃତ୍ୟୁଂଜୟ ମିଶ୍ର, ସଂପାଦକ ଭାବରେ ମନୋଜ କୁମାର ସାହୁଙ୍କ ତତ୍ୱାବଧାନରେ ,ଏହି ଯାତ୍ରା ଆରମ୍ଭ ହୋଇଛି । ବୌଦ୍ଧରେ ଗଣପର୍ବର ମାନ୍ୟତା ପାଇସାରିଥିବା ଏହି ରାମଲୀଳା ଯାତ୍ରା ଜିଲ୍ଲାର ବାଉଁଶୁଣୀ, ବରଝୁଲି, କେଲାକଟା, ସରସରା, ବାମଣ୍ଡା, ଗୋବିନ୍ଦପୁର, ପୋଲାମ, ନାରାୟଣ ନଗର, ଦେବଗଡ ଓ ତେଲିବନ୍ଧ ସମେତ ଅନେକ ଗ୍ରାମରେ ପ୍ରତିବର୍ଷ ପରି ପାରମ୍ପରିକ ନିତିରେ ଆରମ୍ଭ ହୋଇଛି । ଚଳିତ ବର୍ଷ ରାମଲୀଳା ଯାତ୍ରାକୁ ଅଧିକ ସରସ ସୁନ୍ଦର ମିନାବଜାର ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Related Posts

Seo wordpress plugin by www.seowizard.org.