Odisha News

ଶେଷ ହେଲା ରିମାଣ୍ଡ ,କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ବର, ୧୦/୮: ପାରାଦ୍ବୀପ ପୋର୍ଟ କନଭେୟର ବେଲ୍ଟ ମରାମତି ନାଁରେ ୨୫ ଲକ୍ଷ ଲାଞ୍ଚ ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଛି ।
ରିମାଣ୍ଡ ଶେଷ ହେବା ପରେ ବୁଧବାର ସମସ୍ତଙ୍କୁ କୋର୍ଟରେ ହାଜର କରିବ ସିବିଆଇ । ଗିରଫଙ୍କ ମଧ୍ୟରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଅଛନ୍ତି ।
ତେବେ ବୁଧବାର ସକାଳୁ ସମସ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଭୁବନେଶ୍ବର ଆଣିଥିଲା ସିବିଆଇ । ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ହାଜର ପରେ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି ହେବ ବୋଲି ଜଣାପଡିଛି ।

Related Posts

Seo wordpress plugin by www.seowizard.org.