Odisha News

ଶେଷ ଦିନରେ ବାଲିଗୁଡାରୁ ତିନି ଓ ଜିଉଦୟଗିରିରୁ ଦୁଇ ନାମାଙ୍କନ ଦାଖଲ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୫;ବାଲିଗୁଡା ଓ ଜି ଉଦୟଗିରୀ ବିଧାବସଭା ଆସନ ନିମନ୍ତେ ଆଜି ଶେଷ ଦିନ ନାମାଙ୍କନ ପତ୍ରର ଦାଖଲ ର ଥିଲା । ଶେଷ ଦିନରେ ବାଲିଗୁଡାରୁ ତିନି ଜଣ ପାର୍ଥୀ ଓ ଜି ଉଦୟଗିରୀ ଆସନ ନିମନ୍ତେ ଦୁଇ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବାଲିଗୁଡାରୁ ବିଜେପି ଦଳର ପାର୍ଥୀନୀ କଳ୍ପନା କହଁର ଆଜି ହନୁମାନ ମନ୍ଦିର ପରିସରରୁ ଏକବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ଯାଇ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଡା ରୀନା ପ୍ରଧାନଙ୍କ ପାଖରେ ପାର୍ଥୀପତ୍ର ଦାଖଲ କରିଛନ୍ତି ।
ସେହିଭଳି ସ୍ୱାଧିନପାର୍ଥୀ ଭାବେ ଜୟସିଂ ମଳିକ ଓ ଅଜୟ କୁମାର ମଳିକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜି ଉଦୟଗିରୀ ଆସନ ନିମନ୍ତେ ଆଜି ଦୁଇଜଣ ପାର୍ଥୀ ବିଜେପିର ମାନ ଗୋବିନ୍ଦ ପ୍ରଧାନ ଶୋଭାଯାତ୍ରାରେ ଆସି ଆଇଟିଏ କାର୍ଯ୍ୟାଳୟରେ ଆସି ପାର୍ଥୀ ପତ୍ର ଦାଖଲ କରିଛନ୍ତି ।
ସେହିଭଳି ସ୍ୱାଧିନ ପାର୍ଥୀ ଭାବେ ସଂଜୟ କୁମାର ପ୍ରଧାନ ନାମାଙ୍କନ ପତ୍ର କରିଛନ୍ତି ତାଙ୍କର ଓକିଲ ଜଗଦିଶ ସାମନ୍ତାରଏ ଉପସ୍ଥିତ ଥିଲେ ।
ନିର୍ବାଚନ ଅଧିକାରୀ ଭାବେ ଏଡିଏମ କନ୍ଧମାଳ ଅଶୋକକୁମାର ଭୋଇ ଦାୟୀତ୍ୱରେ ରହିଛନ୍ତି ି ।ଆସନ୍ତାକାଲି ୪ ତାରିଖରେ ପାର୍ଥୀପତ୍ର ଯାଂଚ କରାଯିବ ଓ ପାର୍ଥୀପତ୍ର ପ୍ରତ୍ୟାହାର ୬ ତାରିଖ ଏବଂ ୭ତାରିଖରୁ ପ୍ରଚାରପ୍ରସାର ଆରମ୍ଭ ହେବ ।

Related Posts

Seo wordpress plugin by www.seowizard.org.