Odisha News Sports News

ଶୂନରୁ ସିଧା ସେଞ୍ଚୁରି…ଦ୍ୱିତୀୟ ଟି-୨୦ରେ ଗର୍ଜିଲା ଅଭିଷେକଙ୍କ ବ୍ୟାଟ୍; ସବୁଠାରୁ କମ୍ ଇନିଂସରେ ପ୍ରଥମ ଶତକ ମାରିଥିବା ଭାରତୀୟ ବ୍ୟାଟର

ହରାରେ,୭/୭ : ହରାରେ ସ୍ପୋର୍ଟସ କ୍ଲବଠାର ଖେଳାଯାଉଥିବା ଭାରତ-ଜିମ୍ବାଓ୍ବେ ୨ୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨ୟ ଟି-୨୦ ଅଭିଷେକ ଶର୍ମା ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଅଧିନାୟକ ଶୁଭମନ ଗିଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଅଭିଷେକ ଶର୍ମା ଓ ଋତୁରାଜ ଗାଇକ୍ବାଡ୍ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।
ଅଭିଷେକ ମାତ୍ର ୪୭ଟି ବଲରେ ୧୦୦ ରନ କରିଥିବାବେଳେ ଗାଇକ୍ବାଡ୍ ୪୭ ବଲରୁ ୭୭ ରନ କରିଥିଲେ । ଅଭିଷେକ ନିଜର ଶତକ ମଧ୍ୟରେ ୮ଟି ଛକା ଓ ୭ଟି ଚୌକା ମାରିଥିଲେ । ରିଙ୍କୁ ସିଂ ମାତ୍ର ୨୨ ବଲରୁ ୪୮ ରନ କରିଥିଲେ । ରିଙ୍କୁ ୫ଟି ଛକା ଓ ୨ଟି ଚୌକା ମାରିଥିଲେ । ଭାରତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୨୩୪ ରନ କରିଥିଲା ।
ଜିମ୍ବାଓ୍ବେ ପକ୍ଷରୁ ଓ୍ବେଲିଂଟନ ମସକାଦଜା ଓ ବ୍ଲେସିଂ ମୁଜାରାବାନି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Related Posts

Seo wordpress plugin by www.seowizard.org.