Odisha News

ଶୀତ ରାତିର ଛୋଟ ଏକ କାହାଣୀ ଟିଏ

ଭୁବନେଶ୍ୱର, ୮ ।୧: ରାତି ୧୧ ଟା । ପ୍ରବଳ ଶୀତ, ରାସ୍ତାଘାଟ ଶୂନଶାନ । ସହରର ମୁଖ୍ୟ ରାସ୍ତାରେ ନିରବତା ରାଜ କରୁଛି । ମାଷ୍ଟର କ୍ୟାଂଟିନ୍ ଠୁ ବାଣିବାହର ଏକ ପ୍ରକାର ଜନଶୂନ୍ୟ । ଏହାରି ଭିତରେ ଥିବା ସିଟି ବସ୍ ଷ୍ଟାଣ୍ଡ ଗୁଡିକ ନିରାଶ୍ରମାନଙ୍କର ଆଶ୍ରୟସ୍ଥଳି ପାଲଟିଛି ।
କାଳି ମନ୍ଦିର ପାଖରେ ମା’ କୁକୁରଟିଏ ସାଙ୍ଗରେ ୫ଟି ଛୁଆଁଙ୍କୁ ଧରି ଖାଦ୍ୟ ସନ୍ଧାନରେ ଘୂରୁଛି । ହଠାତ୍ ତାର ନଜର ପଡେ ଅଳିଆ ଗଦାରେ । ସେଇ ଅଳିଆ ଗଦା ଭିତରୁ ପିଲାଙ୍କ ପେଟ ଭରିବା ପାଇଁ ସେ ଅଣ୍ଡାଳୁଛି ଖାଦ୍ୟ । ହେଲେ, ବୋଧ ହୁଏ ତାକୁ ନିରାଶ ହେବାକୁ ପଡିଛି । ସେ ବାହାରି ଯାଇଛି ଆଉ ଏକ ଅଳିଆ ଗଦା ସନ୍ଧାନରେ ।
ବାଣୀବିହାର ଛକ ମଧ୍ୟ ଖାଁ ଖାଁ । ଗୋଟେ ଦୁଇଟି ଷଣ୍ଢ ରାତିକୁ ନିଜ କବଜାକୁ ନେଇ ଯାଇଛନ୍ତି । କେହି ତ ନାହାଁନ୍ତି, ତେଣୁ ତାଙ୍କୁ ଟ୍ରାଫିକ୍ କଣ୍ଡ୍ରୋଲ କରିବାକୁ ପଡୁନି ।
ରସୁଲଗଡ଼ ମଧ୍ୟ ଅନୁରୂପ ଭାବେ ନିର୍ଜନ । ଘଡ଼ ଘଡ଼ ଶଦ୍ଦ କରି କେତେବେଳେ କେମିତି କେତୋଟି ଟ୍ରକ ମଂଚେଶ୍ୱର ଶିଳ୍ପାଂଚକୁ ଜିବା ଆସିବା କରୁଛନ୍ତି । ରସୁଲଗଡ଼ ଫ୍ଲାଏ ଓଭର ତଳେ ଜାଜାବର ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଫଟା ଚଦର ତଳେ ବେଶ୍ ସଂଗ୍ରାମ କରୁଥିବା ଦେଖାଯାଉଛି ।
ଏ ହେଉଛି ରାଜଧାନୀ ଭୁବନେଶ୍ୱରର ଏକ ପ୍ରଚଣ୍ଡ ଶୀତ ରାତିର ଝଲକ ।

Related Posts

Seo wordpress plugin by www.seowizard.org.