Odisha News

ଲୋକାର୍ପିତ ହେଲା ଉପନ୍ୟାସ ପାରିଆ ପଣେ ପାଣ୍ଡିଆ

କିଶୋର ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼, ୧୬/୪ : ନୟାଗଡ଼ ରୋଟାରୀ ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ଙ୍କ ଦ୍ଵାରା ବିଶ୍ବନାଥ ମହାପାତ୍ର ଙ୍କ ରଚିତ ଉପନ୍ୟାସ ପାରିଆପଣେ ପାଣ୍ଡିଆ ଲୋକାର୍ପିତ ହୋଇଯାଇଛି। ନୟାଗଡ଼ ର ବହୁ ସାରସ୍ଵତ ପ୍ରେମୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୈାରହିତ କରିଥିବାବେଳେ ରଞ୍ଜୁବାଳା ପ୍ରକାଶନୀ ର ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷକ ଅଲେଖ ବେହେରା ଓ ପାଣ୍ଡବ ପ୍ରଧାନ ଙ୍କ ଦ୍ଵାରା ପୁସ୍ତକ ଉତ୍ସର୍ଗ ହୋଇଥିବା ସ୍ବର୍ଗତ ବିଚ୍ଛେଦ ମହାପାତ୍ର ଙ୍କ ଫଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି , ଖ୍ୟାତନାମା ଗାଳ୍ପିକ ତପନ ମହାପାତ୍ର ଏବଂ ସଙ୍ଗୀତକାର ଶରତ କୁମାର ସାହୁ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି ଅବସରରେ ସମୀକ୍ଷକ ଭାବେ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପୁସ୍ତକର ବିଭିନ୍ନ ସୃଜନଶୀଳ, ଯୁଗାଧର୍ମୀ, ସାକାରତ୍ମକ ଦିଗ ଉପରେ ଆଲୋଚନା କରିଥିଲେ।
ସମ୍ମାନୀତ ବକ୍ତା ଭାବେ ସାମ୍ୟବାଦୀ ର ପ୍ରାକ୍ତାନ ସମ୍ପାଦକ ସନ୍ତୋଷ ଦାଶ ଏବଂ ପୁର୍ବତନ ସାଂସଦ ରବିନାରାୟଣ ମହାପାତ୍ର ଲେଖକଙ୍କ ର କ୍ରାନ୍ତିକାରୀ ସାରସ୍ଵତ ସୃଷ୍ଟି ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ନାଟ୍ୟ ଭୁଷଣ ବିଜୟ କୁମାର ଚୈ।ଧୁରୀ ଲେଖକ ଶ୍ରୀ ମହାପାତ୍ର ଙ୍କର ନିଆରାସ୍ବାଦର ରଚନା ଗୁଡିକ ଉପରେ ଆଲୋଚନା କରିଥିଲେ।
ମୁଖ୍ୟଅତିଥି ଡ. ମଲ୍ଲିକ ଲେଖକ ଶ୍ରୀ ମହାପାତ୍ର ଙ୍କର ଏହି ପୁସ୍ତକ ର ଜୀବନ୍ତ ବର୍ଣ୍ଣନା ଶୈଳୀ, ଚରିତ୍ର ମାନଙ୍କର ବାସ୍ତବ ରୁପାୟନ ଓ ସାଧାରଣ ମଣିଷର ନିଚ୍ଛକ ଜୀବନ ଚିତ୍ର କୁ ଭୂୟସୀ ପ୍ରଶଂସା କରିଥିଲେ।
ଆଧୁନିକ ସମାଜରେ ଘଟୁଥିବା ଅସାମାଜିକ ବିକଳ ଚିତ୍ର ଠାରୁ କରୋନା ଦୁର୍ବିସହ ଯନ୍ତ୍ରଣା ପର‌୍ୟ୍ୟନ୍ତ ପ୍ରତିଫଳିତ କରୁଥିବା ଏହି ଉପନ୍ୟାସ ର ଲୋକାର୍ପିତ ଉତ୍ସବ କୁ ଶିକ୍ଷାବିତ ଅଶୋକ ମଲ୍ଲ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ବିଦୁଲତା ଷଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ

Related Posts

Seo wordpress plugin by www.seowizard.org.