Odisha News

‘ଲାଲ୍ ସିଂ ଚଢା’ ଫିଲ୍ମର ଷ୍ଟାରକାଷ୍ଟଙ୍କ ଫି’କୁ ନେଇ ଚର୍ଚ୍ଚା, ଅମୀର-କରୀନା ନେଇଛନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଳୀ ୨୭/୪ : ବର୍ତ୍ତମାନ ଅମୀର ଖାନଙ୍କ ଫିଲ୍ମ ‘ଲାଲ୍ ସିଂ ଚଢା’ କୁ ନେଇ ଖୁବ୍ ଚର୍ଚ୍ଚା । ଆଶା କରାଯାଉଛି କି ଚଳଚ୍ଚିତ୍ରଟି ବକ୍ସ ଅଫିସ୍ରେ ଧମାଲ୍ କରିବ। କରୋନା କାରଣରୁ ପୂର୍ବରୁ ଏହାର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚା ଯାଇଛି । ହେଲେ ବର୍ତ୍ତମାନ ଫିଲ୍ମଟିର ରିଲିଜ୍ ଅଗଷ୍ଟ ୧୧କୁ ସ୍ଥିର ହୋଇଛି ।
ତେବେ ଏହାରି ମଧ୍ୟରେ ଫିଲ୍ମ ଏବଂ ଫିଲ୍ମର କାଷ୍ଟକୁ ନେଇ ଅନେକ ଆଲୋଚନା ହେଉଛି। କୁହାଯାଉଛି କି ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀମାନେ ମୋଟା ଅଙ୍କର ଟଙ୍କା ଆଦାୟ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଲାଲ ସିଂ ଚଢାରେ ଷ୍ଟାର କାଷ୍ଟର ଫି ବିଷୟରେ ।
ଅମୀର ଖାନ୍-ଅମୀର ଖାନଙ୍କ ପାଇଁ ତାଙ୍କ ଚଳଚ୍ଚିତ୍ର ଗୁଡ଼ିକ ବହୁତ ସ୍ପେଶାଲ୍ ହୋଇଥାଏ । କାରଣ ସେ ଫିଲ୍ମ ପାଇଁ ବହୁତ ପରିଶ୍ରମ ମଧ୍ୟ କରନ୍ତି ।
‘ଲାଲ ସିଂ ଚଢା’ରେ ସେ ମୁଖ୍ୟ ଭୂମିକାରେ ଅଛନ୍ତି। ଯଦି ଆପଣ ସେମାନଙ୍କ ଫି’ ବିଷୟରେ କଥାବାର୍ତ୍ତା କରନ୍ତି, ତେବେ ଆପଣ ବୋଧହୁଏ ଶୁଣି ଆଶ୍ଚର‌୍ୟ୍ୟ ହୋଇଯିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଅମୀର ଏହି ଚଳଚ୍ଚିତ୍ର ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି।
କରୀନା କପୁର- ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଭାବରେ କରୀନା କପୁର ନଜର ଆସିବେ । ଯିଏ ଫିଲ୍ମରେ ଅମୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଏହି ଚଳଚ୍ଚିତ୍ର ପାଇଁ ୮ କୋଟି ଟଙ୍କା ନେଇଛନ୍ତି।
ନାଗା ଚୈତନ୍ୟ-ସାଉଥର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ବଲିଉଡ୍ରେ ପ୍ରଥମ ଡେବ୍ୟୁ କରିଛନ୍ତି । ଲାଲ ସିଂ ଚଢାରୁ ହିଁ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯେଉଁଥି ପାଇଁ ସେ ୬ କୋଟି ଟଙ୍କା ନେଇଛନ୍ତି ।
ମୋନା ସିଂ- ମୋନା ସିଂ ଅମୀର ଖାନଙ୍କ ସହ ଥ୍ରୀ -ଇଡିୟଟ୍ରେ ସ୍କ୍ରିନ୍ ସେୟାର କରିଥିଲେ । ଦୀର୍ଘ ସମୟ ବିରତି ପରେ ପୁଣି ଥରେ ବଡ ପରଦାରେ ନଜର ଆସିବେ। ଏଥିରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ୨ କୋଟି ଟଙ୍କା ନେଇଛନ୍ତି ।
ମାନବ୍ ବିଜ୍- ଚଳଚ୍ଚିତ୍ରର ଏହି ସମସ୍ତ ଚେହେରା ମଧ୍ୟରେ ମାନବ୍ ବିଜ୍ ମଧ୍ୟ ଅଛନ୍ତି । ଯିଏକି ଅନେକ ସମୟରେ ଚଳଚ୍ଚିତ୍ରରେ ସପୋର୍ଟିଂ ରୋଲ୍ରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି। ଖବର ଅନୁଯାୟୀ କି ଫିଲ୍ମ ପାଇଁ ତାଙ୍କୁ ୧ କୋଟି ଟଙ୍କା ଫି ଦିଆଯାଇଛି।
-ପ୍ରମେୟା

Related Posts

Seo wordpress plugin by www.seowizard.org.