Odisha News

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ

ବରଗଡ ୨୯/୭: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ । ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲର ବରିଷ୍ଠ କିରାଣୀ ବଳରାମ କଳାରି ।
ଡୁଙ୍ଗୁରୀ ଗ୍ରାମର ନିତେଶ ପ୍ରଧାନଙ୍କ ଏକ ମ୍ୟୁଟେସନ ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ କିରାଣୀ ଜଣଙ୍କୁ କାବୁ କରିଥିଲେ ।
ଭିଜିଲାନ୍ସ ବିଭାଗ ବଳରାମଙ୍କଠାରୁ ରସାୟନିକ ପ୍ରଲେପ ଦିଆ ୫ ହଜାର ଟଙ୍କା ଜବତ କରିଛି । ଏ ନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Related Posts

Seo wordpress plugin by www.seowizard.org.