Odisha News

ଲାଞ୍ଚ ନେଉଥିଲେ ହେଡ୍ କ୍ଲର୍କ, ମାଡ଼ି ବସିଲା ଭିଜିଲାନ୍ସ

ଢେଙ୍କାନାଳ ୨୩/୦୮: ଲାଞ୍ଚ ନହେଲେ ଶୁଣୁନାହାନ୍ତି କର୍ମଚାରୀ । ଆଉ ବ୍ୟାକ୍ ପେପର ଫର୍ମ ପୂରଣ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ଦେବାକୁ ପଡୁଛି ।
ଏପରି ଲାଞ୍ଚ ନେଉଥିବା ବେଳେ ଆଜି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଛି ଭିଜିଲାନ୍ସ । ସେ ନେଇଥିବା ରାସାୟନିକ ପ୍ରଲେପ ୮ହଜାର ୫ଶହ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ଉତ୍ତମଙ୍କୁ ଗିରଫ କରିଛି ।
ପରେ ଭିଜିଲାନ୍ସ ପକ୍ଷରୁ ଦୁଇଟି ଦଳ ପୃଥକଭାବେ ଲ’ କଲେଜର ଉତ୍ତମଙ୍କ ଚ୍ୟାମ୍ବର ଓ ଢେଙ୍କାନାଳ ଷ୍ଟେସନ ବଜାର ସ୍ଥିତ ତାଙ୍କ ଘର ଯାଞ୍ଚ କରାଯାଇଛି ।
ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରି ନେଇଥିବାବେଳେ ଅଧିକ ତଦନ୍ତ ଚଳାଇଛି । ଲ କଲେଜର ମାସୁଦ ହୁସେନ ନାମକ ଜଣେ ଆଇନ ଛାତ୍ର ବ୍ୟା କ ପେପର ଫର୍ମ ପୁରଣ ପାଇଁ ଆବଶ୍ୟକ ଆଟେଣ୍ଡାନ୍ସ ସାର୍ଟିଫିକେଟ ଆବେଦନ କରିଥିଲେ ।
ଏଥିପାଇଁ ଲ କଲେଜର ମୁଖ୍ୟ କିରାଣୀ ଉତ୍ତମ ରାଉତ ୧୦ହଜାର ଟଙ୍କା ଦାବି କରିଥିଲେ । ପରେ ୮ହଜାର ୫ଶହ ଟଙ୍କାରେ ମୂଳଚାଲ ଛିଣ୍ଡିଥିଲା । ଏ ସମ୍ପର୍କରେ ମାସୁଦ ହୁସେନ ଅନୁଗୁଳ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।ଫଳରେ ଆଜି କଟକ ଭିଜିଲାନ୍ସ ଦଳଙ୍କ ସହାୟତାରେ ଅନୁଗୁଳ ଭିଜିଲାନ୍ସର ଏକ ଦଳ ଏହି ଟଙ୍କା ଲାଞ୍ଚ ନେବା ବେଳେ ଉତ୍ତମଙ୍କୁ କାବୁ କରିଥିବା ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.