Odisha News

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା ,୧୦/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ତହସିଲ ଅଧୀନରେ ରହିଥିବା ଦୂର୍ଗାପଙ୍ଗା ଆରଆଇ ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡିଲେ ।
ସୂଚନା ମୁତବକ ଦୂର୍ଗାପଙ୍ଗା ଆରଆଇ ଦିଲ୍ଲୀପ କୁମାର ସାହୁ ଜୌନିକ ବ୍ୟକ୍ତି ଙ୍କ ଜମିର କିସମ ପରିବର୍ତ୍ତନ କରି ପଟ୍ଟା ପ୍ରଦାନ କରିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଏହା ପରେ ଉକ୍ତ ବ୍ୟକ୍ତି ଜଣକ ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହା ପରେ ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶରେ ବୁଧବାର ସକାଳୁ ଭିଜିଲାନ୍ସ ଏକ ଟିମ କୋଟଗଡ ରେ ପହଞ୍ଚି ଆରଆଇ ଙ୍କ ବାସଭବନ ନିକଟରେ ଛକି ରହିଥିଲେ । ଆରଆଇ ଙ୍କ ନିର୍ଦେଶ ପ୍ରକାରେ ଉକ୍ତ ପଟ୍ଟା ଧାରି ପାଞ୍ଚ ହଜାର ଧରି ଆରଆଇ ଙ୍କ ବାସଭବନ କୁ ଯାଇ ପ୍ରଦାନ ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ମାଡି ବସିଥିଲେ ।
ଏହା ପରେ ବ୍ରହ୍ମପୁର ଭିଜିଲାନ୍ସ ଦିଲ୍ଲୀପ ସାହୁ ଙ୍କ ବିରୋଧରେ କେସ ନମ୍ବର ୧୧/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।

Related Posts

Seo wordpress plugin by www.seowizard.org.