ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି, ରେଡ୍ ହ୍ୟାଣ୍ଡଡ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର, ୯/୧୨: ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଟିମ୍ ପୁଣି ଜଣେ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ନେବାବେଳେ ଧରିଛି । ସେ ହେଲେ ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟାର କାର୍ଯ୍ୟାଳୟର କନିଷ୍ଠ କିରାଣୀ । ତାଙ୍କ ନାମ ହେଲା ଦେବଜାନୀ କର ।
ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୨୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କଠାରୁ ନଗଦ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । କନିଷ୍ଠ କିରାଣୀ ଦେବଜାନୀଙ୍କର ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ କରାଯାଉଛି ।