Top Stories

ଲଜ୍ଜା: ଚଳନ୍ତା କାର୍ରେ ମା’-୬ବର୍ଷୀୟ ଝିଅଙ୍କୁ ଗଣଦୁଷ୍କର୍ମ, କେନାଲରେ ଫିଙ୍ଗି ଚାଲିଗଲେ ଅଭିଯୁକ୍ତ

ରୋରକୀ, ଉତ୍ତରାଖଣ୍ଡ/୨୭: ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହରିଦ୍ୱାରର ରୋରକୀରେ ଜଣେ ମହିଳା ଓ ତାଙ୍କ ୬ ବର୍ଷର ଝିଅଙ୍କୁ ଚଳନ୍ତା କାର ଭିତରେ ଗଣଦୁଷ୍କର୍ମ କରାଯାଇଛି। ଜଣେ ବ୍ୟକ୍ତି ଉଭୟଙ୍କୁ କାର୍ରେ ଲିଫ୍ଟ ଦେବା ବାହାନାରେ ନିଜ ସାଙ୍ଗମାନଙ୍କ ସହ ମିଶି ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି।
ପୁଲିସ୍ର ସୂଚନା ଅନୁଯାୟୀ, ମୁସଲିମ ଧର୍ମପୀଠ ପିରାନ କଲିୟାରରୁ ଜଣେ ମହିଳା ନିଜର ୬ ବର୍ଷର ଝିଅଙ୍କୁ ଧରି ଘରକୁ ଫେରୁଥିଲେ।
ସେମାନେ ରାତିରେ ଫେରୁଥିବା ବେଳେ ସୋନୁ ନାମକ ଜଣେ ବ୍ୟକ୍ତି କାର୍ରେ ଉଭୟଙ୍କୁ ଘରେ ଛାଡ଼ି ଦେବାକୁ ନିଜ ଆଡ଼ୁ କହିଥିଲେ। ଏହି ସମୟରେ କାର ଭିତରେ ସୋନୁଙ୍କ କିଛି ସାଙ୍ଗ ମଧ୍ୟ ରହିଥିଲେ।
ତଥାପି ମହିଳା ଜଣଙ୍କ ରାତି ହୋଇ ଯାଇଥିବାରୁ ନିଜ ଝିଅ ସହ କାରରେ ବସିଥିଲେ। ଏହାର ସୁଯୋଗ ନେଇ ସୋନୁ ଓ ତାଙ୍କର ସାଙ୍ଗମାନେ ଚଳନ୍ତା କାର ଭିତରେ ମା’ ଏବଂ ଝିଅଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ଉଭୟଙ୍କୁ ଗୋଟିଏ କେନାଲ ନିକଟରେ ଫୋପାଡ଼ି ଚାଲି ଯାଇଥିଲେ।
ସେଠାରୁ ବହୁତ କଷ୍ଟରେ ସେହି ରାତିରେ ହିଁ ମହିଳା ଜଣଙ୍କ ପୁଲିସ୍ ଷ୍ଟେସନରେ ପହଞ୍ଚି ସବୁ କଥା କହିଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରରେ ପ୍ରକୃତରେ କେତେ ଜଣ ଥିଲେ, ସେକଥା ମହିଳା ଜଣଙ୍କ ସ୍ପଷ୍ଟ ଭାବେ କହି ପାରି ନାହାନ୍ତି। ହେଲେ ଗାଡ଼ି ଚାଳକର ନାଁ ସୋନୁ ବୋଲି ସେ ପୁଲିସ୍କୁ ଜଣାଇଛନ୍ତି।
ପୁଲିସ୍ ମହିଳାଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଉଭୟଙ୍କ ମା’ ଓ ଝିଅଙ୍କର ମେଡିକାଲ ଟେଷ୍ଟ କରିଛି। ମେଡିକାଲ ଟେଷ୍ଟ ପରେ ଉଭୟ ଦୁଷ୍କର୍ମର ଶିକାର ହୋଇଥିବା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ପୁଲିସ୍ ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ପାଖରେ ପହଞ୍ଚି ପାରିନି।

Related Posts

Seo wordpress plugin by www.seowizard.org.