Sports News

ରୋହିତ ଶର୍ମାଙ୍କୁ ମିଳିଲା ଟେଷ୍ଟ କମାଣ, ଶ୍ରୀଲଙ୍କା ସିରିଜ୍ ପାଇଁ ଦଳ ଘୋଷଣା

ମୁମ୍ବାଇ,୧୯/୨ : ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଗତ ମାସରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ରୋହିତଙ୍କୁ ଏହି ଦାୟିତ୍ବ ମିଳିବା ଏକରକମ ନିଶ୍ଚିତ ମନେକରାଯାଉଥିଲା ।
ରୋହିତଙ୍କୁ ପୂର୍ବରୁ ହିଁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇସାରିଛି । ଚଳିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରଜରେ ସେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି ।
ଆଜି ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି । ଭାରତୀୟ ଟେଷ୍ଟ ଦଳରୁ ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା, ଋଦ୍ଧିମାନ ଶାହା ଓ ଇଶାନ୍ତ ଶର୍ମାଙ୍କୁ ବାଦ ଦିଆଯାଇଛି ।
ଋଦ୍ଧିମାନଙ୍କ ସ୍ଥାନରେ କେଏସ ଭରତଙ୍କୁ ବିକଳ୍ପ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ଭାବେ ନିଆଯାଇଛି । ସେହିପରି ସ୍ପିନର ସୌରଭ କୁମାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଦ୍ରୁତ ବୋଲର ଯଶପ୍ରିତ ବୁମରାଙ୍କୁ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି ।
ଆହତ ଜନିତ କାରଣରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳୁନଥିବା ରବୀନ୍ଦ୍ର ଜାଦେଜା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ସ୍ପିନର ଆର.ଅଶ୍ବୀନ ଫିଟନେସ ଫିଟନେସ ଟେଷ୍ଟ ପାଶ କରିବା ପରେ ହିଁ ଦଳକୁ ଫେରିପାରିବେ ।

Related Posts

Seo wordpress plugin by www.seowizard.org.