Odisha News

ରେଳ ଷ୍ଟେସନରେ ରୁଷ୍ ନାଗରିକଙ୍କ ବିକ୍ଷୋଭ ଘଟଣା, ଥାନାରେ ଅଟକ ରଖିଛି ପୋଲିସ

ଭୁବନେଶ୍ବର,୩୧/୧୨: ରାୟଗଡ଼ାରେ ରୁଷ୍ ନାଗରିକଙ୍କ ମୃତ୍ୟୁ ପରେ ଚେତିଛି ଜିଆରପି ପୁଲିସ ଓ ସ୍ପେଶାଲ ବ୍ରାଞ୍ଚ। ସନ୍ଦେହ ଘେରରେ ଥିବା ଜଣେ ରୁଷ୍ ନାଗରିକଙ୍କୁ ଆଜି ପୁଲିସ ଉଠାଇନେଇଛି। ରେଳବାଇ ଥାନାରେ ଉକ୍ତ ରୁଷ୍ ନାଗରିକଙ୍କୁ ଅଟକ ରଖି ଜିଆରପି ପୁଲିସ, ଖାରବେଳ ଥାନା ପୁଲିସ ଓ଼ ସ୍ପେଶାଲ ବ୍ରାଞ୍ଚ ପୁଲିସ ପଚରାଉଚରା କରୁଛି।
ଅଟକ ଥିବା ରୁଷୀୟ ନାଗରିକଙ୍କ ନାଆଁ ହେଲା ଗ୍ଲାଗୋଲେଭ୍ ଆଣ୍ଡ୍ର‌୍ୟୁ। ତାଙ୍କର ବୟସ ୫୮ ବର୍ଷ। ସେ କିଛିଦିନ ଧରି ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଗ୍ଲାଗୋଲେଭ୍ କେଉଁଠାକୁ ଯାଇଛନ୍ତି ଓ ରହିଛନ୍ତି ସେନେଇ ତଥ୍ୟ ଖୋଜୁଛି ପୁଲିସ।
ତାଙ୍କର ଛଅ ମାସ ଭିସାର ଅବଧି ଶେଷ ହୋଇଯାଇଥିବା ଜଣାଯାଇଛି। ୨୦୧୬ରୁ ସେ ଭାରତକୁ ଆସିଛନ୍ତି। ଓଡ଼ିଶାକୁ ମଧ୍ୟ ବହୁଦିନ ହେବ ଆସି ଅନେକ ସ୍ଥାନରେ ସେ ରହିଛନ୍ତି। ତା୍ଙ୍କ କହିବା କଥା, ଭାରତରେ ତାଙ୍କୁ ଭଲ ଲାଗୁଛି, ସେ ଭାରତରେ ରହିବାକୁ ଚାହୁଁଛନ୍ତି। ରୁଷିଆ -ୟୁକ୍ରେନ୍ ଯୁଦ୍ଧକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରେ ସେ ପ୍ରତିବାଦ କରିଥିଲେ।

Related Posts

Seo wordpress plugin by www.seowizard.org.