Odisha News

ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ନେଇ ସମୀକ୍ଷା ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୨୬/୮: ବହୁ ପ୍ରତୀକ୍ଷିତ ଖୋଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ କାର୍ଯତ୍ତତ୍ୱରାନ୍ୱିତ କରିବା ପାଇଁ ଶୁକ୍ରବାର ଦିନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକାରେ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ୫ଟି ପର୍ଯ୍ୟାୟରେ ସଂପାଦିତ ହେବ ବୋଲି ଆଲୋଚନା ହୋଇଛି । ୦-୩୫କିମି ପର୍ଯ୍ୟନ୍ତ ଅର୍ଥାତ୍ ୯.୦୯୫ ହେକ୍ଟର ଜଙ୍ଗଲ ଜମିରେ ହେବାକୁ ଥିବା ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ-୧ ଓ ଷ୍ଟେଜ-୨ ଅନୁମତି ମିଳିସାରିଛି ।
ସେହିପରି ୩୬-୧୧୨କିମି ଅର୍ଥାତ୍ ୫୯.୭୧୭ହେକ୍ଟର ଜଙ୍ଗଲ ଜମି ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ-୧ ଓ ଷ୍ଟେଜ-୨ ଅନୁମତି ମିଳିସାରିଛି । ପୁର୍ବତଟ ରେଳ ପଥ ଏହି କାର୍ଯ୍ୟ ଆରମ୍ଭ କରିପାରିବ ।
ନୟାଗଡ଼ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ୧୧୨-୧୪୩ କିମି ପର୍ଯ୍ୟନ୍ତ ଅର୍ଥାତ୍ ୨୯୧.୨୮୯ ହେକ୍ଟର ଜଙ୍ଗଲ ଜମିରେ ହେବାକୁ ଥିବା ରେଳ ଲାଇନ୍ ପ୍ରକଳ୍ପକୁ ଅଦ୍ୟାବଧି ଷ୍ଟେଜ୍‌-୧ ଅନୁମତି ମିଳିପାରି ନାହିଁ ।
ସେହିପରି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୪୩-୧୮୦ କିମି ପର୍ଯ୍ୟନ୍ତ ଅର୍ଥାତ୍ ୩୦୨.୩୨୯ ହେକ୍ଟର ଜଙ୍ଗଲ ଜମିରେ ହେବାକୁ ଥିବା ରେଳ ଲାଇନ୍ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ୍‌-୧ ଅନୁମତି ମିଳିପାରି ନାହିଁ । ଏନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଥିଲା ।
ଭାରତ ସରକାରଙ୍କ ସଂପୃକ୍ତ ବିଭାଗ ସହ ତୁରନ୍ତ ଆଲୋଚନା କରି ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଷ୍ଟେଜ୍‌-୧ ଅନୁମତି ଆଣିବାକୁ ମନ୍ତ୍ରୀ ଶ୍ରୀ ଅମାତ ମୁଖ୍ୟ ସଂରକ୍ଷକ ଜି. ରାଜେଶ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୮୦-୨୩୮ କିମି ପର୍ଯ୍ୟନ୍ତ ଅର୍ଥାତ୍ ୧୩.୨୨ ହେକ୍ଟର ଜଙ୍ଗଲ ଜମି ରେଳ ଲାଇନ୍ ପ୍ରକଳ୍ପ ଷ୍ଟେଜ୍‌-୧ ଅନୁମତି ମିଳିସାରିଛି । ସୁବର୍ଣ୍ଣପୁର ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ୨୩୮-୨୮୯ କିମି ଅର୍ଥାତ୍ ୭୯.୭୭ ହେକ୍ଟର ଜଙ୍ଗଲ ଜମି ପର୍ଯ୍ୟନ୍ତ ରେଳ ଲାଇନ୍ ପ୍ରକଳ୍ପ ଷ୍ଟେଜ୍‌-୧ ଅନୁମତି ମିଳିସାରିଥିବା ସୂଚନା ମିଳିଛି ।
ଏହି ପ୍ରକଳ୍ପଗୁଡିକ ଶେଷ ହେଲେ ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ,ବଲାଙ୍ଗିର,ସୁବର୍ଣ୍ଣପୁର ଓ ଆଖପାଖ ଜିଲ୍ଲାରେ ଜନସାଧାରଣ ଉପକୃତ ହେବେ ବୋଲି ଶ୍ରୀ ଅମାତ୍ ଉଲ୍ଲେଖ କରିଛନ୍ତି ।
ଆଜିର ଏହି ବୈଠକରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରାଉତଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.