Odisha News

ରାସ୍ତାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବିନିକା,୯/୭: ବାଇକ୍ ଉପରୁ ଜଣେ ଯୁବକଙ୍କ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅରିଗାଁରେ। ଯୁବକଙ୍କ ପରିଚୟ ମିଳି ପାରି ନାହିଁ।
ଗତକାଲି ବିଳମ୍ବିତ ରାତିରେ ଅରିଗାଁ ମୁଖ୍ୟରାସ୍ତା ଉପରେ ଏକ ବାଇକ୍ ଉପରେ ଯୁବକଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।
ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କୁ କିଏ ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ବାଇକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.