Odisha News

ରାମ ଗୋପାଳ ବର୍ମାଙ୍କ ଅପ୍ସରା ରାଣୀଙ୍କର ସମ୍ପର୍କରେ କିଛି କଥା

Who is Apsara Rani? Where did Ram Gopal Varma discover here?

କିଶୋର ମହାପାତ୍ର
ନୟାଗଡ, ତା ୮ ।୭ । ଅପ୍ସରା ରାଣୀ କିଏ? ତାଙ୍କର ପ୍ରକୃତ ଓ ପୂରା ନାମ କଣ ? ଜାଣିନାହାଁନ୍ତି ? ଏବେ ଆସନ୍ତୁ ଜାଣିବା । ଅପ୍ସରାଙ୍କ ପୂରା ନାମ ଅଙ୍କେତା ମହାରଣା । ତାଙ୍କ ପିତାଙ୍କ ଚନ୍ଦ୍ରଶେଖର ମହାରଣା ଓ ଘର ନୟାଗଡ ଜିଲ୍ଲାର କଂଟିଲୋ ଗ୍ରାମରେ ।
ଅଙ୍କେତା ପିତା ଭାରତୀୟ ବାୟୁସେନାର ଜଣେ ପଦସ୍ଥ ଅଫିସର ଓ ମାତା ସଧ୍ୟା ମହାରଣା ଜଣେ ବିୟୁଟିସିଆନ୍ । ତାଙ୍କର ଜଣେ ଭାଇ ଅଙ୍କନ ମହାରଣା ଏବେ ବିଦେଶରେ ଉଚ୍ଚ ପଦବୀରେ ଅଭିଷିକ୍ତ ।
ଜାନୁୟାରୀ ୧୨, ୧୯୯୬ରେ ଜନ୍ମିତ ଅଙ୍କେତାଙ୍କୁ ଚର୍ଚ୍ଚିତ ବଲିଉଡ୍ ଫିଲ୍ମ ନିର୍ମାତା ତାଙ୍କର ଆଗାମୀ ଚଳଚିତ୍ର ‘ଥ୍ରିଲରରେ’ ମୁଖ୍ୟ ନାୟିକା ଭାବରେ ନେଇଛନ୍ତି । ରାମ ଗୋପାଳ ତାଙ୍କର ସ୍କ୍ରିନ୍ ନାମ ‘ଅପ୍ସରା ରାଣୀ’ ଦେଇଛନ୍ତି ।
ଅପ୍ସରାଙ୍କ ଯେଉଁ ଫଟୋଗୁଡିକ ବର୍ତମାନ ଫେସ୍‌ବୁକ୍ ଓ ଟୁଇଟରରେ ଦେଖିବାକୁ ମିଳୁଛି, ସେଗୁଡିକୁ ସବୁଠୁ ଜଣେ ଉଚ୍ଚଶ୍ରେଣୀର ଫଟୋଗ୍ରାଫରଙ୍କ ଉତୋଳନ କରାଯାଇଛି ଏବଂ ରାମଗୋପାଳଙ୍କ ସୋସିଆଲ୍ ମିଡିଆ ସେଲର କର୍ମକର୍ତାମାନଙ୍କ ଦ୍ୱାରା ପ୍ରସାରିତ କରାଯାଉଛି ।
ଇାଙ୍ଗାଲୋରେ ରହୁଥିବା ଅଙ୍କେତା ପୂର୍ବରୁ ୨୦୧୯ ମସିହାରେ ତେଲୁଗୁ ଚଳଚିତ୍ର ‘ଫୋର ଲେଟରସ’ରେ ଜଣେ ନାୟିକା ଭାବରେ ଅଭିନୟ କରିସାରିଛନ୍ତି । ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ନିର୍ମିତ ଓଡିଆ ଓ ତେଲୁଗୁ ଦ୍ୱିଭାସୀ ଚଳଚିତ୍ର ‘ପାଟଣାଗଡ ବମିଙ୍ଗ୍‌’ ରେ ସେ ଅଭିନୟ କରିଥିଲେ ମଧ୍ୟ ଏହା ପର୍ଯ୍ୟନ୍ତ ବିଭିନ୍ନ କାରଣରୁ ରିଲିଜ୍ ହୋଇପାରି ନାହିଁ ।

Related Posts

Seo wordpress plugin by www.seowizard.org.