Odisha News

ରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ, ୧୮/୯ : ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରିଟେନ୍ ର ମହାରାଣୀ ଏଲିଜାବେଥ-୨ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଲଣ୍ଡନରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ସରକାରଙ୍କ ତରଫରୁ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ଖବର ଅନୁଯାୟୀ, ଲଣ୍ଡନର ଗାଟୱିକ ବିମାନମନ୍ଦରରେ ପହଂଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା । ବ୍ରିଟେନ୍ ର ମହାରାଣୀ ଏଲିଜାବେଥ-୨ଙ୍କ ଗତ ୯ ତାରିଖରେ ପରଲୋକ ହୋଇଥିଲା । ଏଥିପାଇଁ ବ୍ରିଟେନ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଦ୍ରୌପଦୀ ମୁର୍ମୁଙ୍କର ଏହା ହେଉଛି ଅଫସିଆଲ ଲଣ୍ଡନ ଗସ୍ତ । ସେ ଲଣ୍ଡନରେ ୧୯ ତାରିଖ ପର୍ଯ୍ୟନ୍ତ ରହିବେ। ରାଷ୍ଟ୍ରପତିଙ୍କ ସହିତ ବିଦେଶ ସଚିବଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଅଛନ୍ତି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

Related Posts

Seo wordpress plugin by www.seowizard.org.