Odisha News

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ବିଜେପି ସରକାର

ଭୁବନେଶ୍ୱର,୨୨/୬: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ଦିଆଯାଇଥିବା ଅଧ୍ୟକ୍ଷମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଠୋର ପଦକ୍ଷେପ ନେଇଛନ୍ତି।
ଏହି ଅଧ୍ୟକ୍ଷମାନଙ୍କ ଯୋଗୁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଅର୍ଥାତ୍ ଶୁକ୍ରବାର ମଧ୍ୟ ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କୁ ସରକାର ଦାୟିତ୍ୱମୁକ୍ତ କରିଥିଲେ।

Related Posts

Seo wordpress plugin by www.seowizard.org.